କୋକସରା, ୨୩/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କୋକସରା ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଗୁରୁବାର କୋକସରା ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଉପସ୍ଥିତ ଅତିଥିମାନେ ଭୀମଭୋଇ ଙ୍କ ଫୋଟୋଚିତ୍ର ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କୋକସରା ବ୍ଲକ ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଙ୍କ ସଭାପତିତ୍ୱ ର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ଙ୍କ ପ୍ରତିନିଧି ତ୍ରିନାଥ ଶବର,ମୁଖ୍ୟବକ୍ତା ଭାବେ ସମିତି ସଭ୍ୟ ସଙ୍ଘ ସମ୍ପାଦକ ଗଜାନନ ନିଆଳ, ସମ୍ମାନିତ ଅତିଥୀ ଭାବେ ନିବାସ ଚନ୍ଦ୍ର ସାହୁ ନୋଡାଲ ଅଧିକାରୀ ଡିଡିଆରଏସ କଳାହାଣ୍ଡି, ମେଡ଼ିକାଲ ଅଫିସର ଲଡୁଗାଁ ପିଏଚସି ଶିବାନନ୍ଦ ନାଏକ, ଧର୍ମଗଡ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ଯୋଗଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମ ମାନଙ୍କ ପାଇଁ ରହିଥିବା ବିଭିନ୍ନ ଯୋଜନା ବିଷୟରେ ପରାମର୍ଶ ଦେଇଥିଲେ। ଏହି ଶିବିରରେ ୨୨ ପଞ୍ଚାୟତ ରୁ ୩୮୧ ଭିନ୍ନକ୍ଷମ ଙ୍କ ରେଜିଷ୍ଟ୍ରେସନ ହୋଇଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଡାକ୍ତର ଙ୍କ ପରାମର୍ଶ ପରେ ତାଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଭିନ୍ନକ୍ଷମ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଜିଲ୍ଲା ଡିଏଚଏଚ ରୁ ଅସ୍ତିଶଲ୍ୟ, ମାନସିକ ରୋଗ,ଇଏନଟି,ଚକ୍ଷୁ ବିଭାଗୀୟ ବିଶେଷଜ୍ଞ ଡାକ୍ତର ଉପସ୍ଥିତ ରହି ଭିନ୍ନକ୍ଷମ ଶିବିର ରେ ଆସିଥିବା ରୋଗୀ ଙ୍କ ପରୀକ୍ଷା କରିଥିଲେ। ଯୋଗ୍ୟ ଭିନ୍ନକ୍ଷମ ହିତାଧିକାରୀ ଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମ ପ୍ରମାଣପତ୍ର, ଭିନ୍ନକ୍ଷମ ଭତ୍ତା,ଟ୍ରାଇ ସାଇକେଲ, ହ୍ବିଲ ଚେୟାର ପ୍ରଦାନ କରାଯାଇଛି। ଶିବିର କୁ ମଞ୍ଚ ପରିଚାଳନା ପିଇଓ ଜାଫେଦ ନାଗ କରିଥିବା ବେଳେ ଭାରପ୍ରାପ୍ତ ବିଏସଏସଓ ଲୋକନାଥ ଭାଟି , ସହାୟକ ରାଜେଶ ପଟେଲ,ସମେତ ବ୍ଲକ ର ବିଭିନ୍ନ ପଞ୍ଚାୟତ ର ପଞ୍ଚାୟତ ନିର୍ବାହୀ ଅଧିକାରୀ,ଏଡିଓ,ଡିଗ୍ରୀ ମହାବିଦ୍ୟାଳୟ ଏନସିସି ଛାତ୍ରଛାତ୍ରୀ ଉପସ୍ଥିତ ରହି ଭିନ୍ନକ୍ଷମ ଙ୍କ ରେଜିଷ୍ଟ୍ରେସନ ଓ ଅନ୍ୟାନ୍ୟ କାର୍ଯ୍ୟ ରେ ସହାୟତା ଓ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

