ପୋଲିସ୍_ବାବୁଙ୍କ_ଦାଦାଗିରି ଗ୍ୟାସ ଦେ.. ନହେଲେ ତୋତେ ଆଉ ତୋ ମାଲିକକୁ ବାନ୍ଧି ପୁରାଇଦେବି..
କଟକ, ୦୯/୦୭ ( କାହୁଁ ଚରଣ ବାରିକ ) : ଗ୍ୟାସ ଡେ଼ଲିଭରି ଯୁବକଙ୍କୁ ଅଭଦ୍ର ଭାଷାରେ ଗାଳି ଦେଇ ହରଡଘଣାରେ କଟକ କନ୍ଦରପୁର ଥାନା IIC। ଗତ 7 ତାରିଖରେ ମହାନଦୀବିହାର ଅଞ୍ଚଳର ଏକ ଗ୍ୟାସ ଏଜେନସି ଡେଲିଭରି ଯୁବକ ଅନିଲ ଭୋଇଙ୍କୁ IIC ଏକ ଫୁଲ ଟାଙ୍କି ମାଗିଥିଲେ.. ହେଲେ ଗ୍ୟାସ ଆଜି ନାହିଁ କାଲିକି ଦେବି କହିବାରୁ ଥାନା ଅଧିକାରୀଙ୍କ ଅକଲ ଗୁଡମ ହୋଇଯାଇଥିଲା। ତା ପରେ IIC ଡେଲିଭରି ବୟଙ୍କୁ ଅଶାଭ୍ୟ ଭାଷାରେ ଗାଳିଦେବାର ଅଡିଓ ସୋସିଆଲ ମିଡିଆରେ ଏବେ ଘୁରି ବୁଲିଥିଲା। ପୂର୍ବରୁ 3 ଟାଙ୍କି ନେଇଥିବା ବେଳେ 2 ଟିର ଟଙ୍କା ଦେଇଛନ୍ତି ଏବଂ ଆଉ ଗୋଟିଏର ବାକି ରଖିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଡେଲିଭରି ବୟ ଅନିଲ। ଅନ୍ୟପଟେ ଏହି ଅଡିଓ ସାମାଜିକ ଗଣମାଧ୍ୟମ ଏବଂ ଅନ୍ୟ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ କଟକ କଂଗ୍ରେସ IIC ଙ୍କ ଏଭଳି କାରନାମାକୁ କଡା ସମାଲୋଚନା କରିଛି। ପୋତାପୋଖରୀ ଠାରେ ଥିବା ଜୋନ -5 ର A C P ଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ A C P ସୁଧାଂଶୁ ଭୂଷଣ ଜେନାଙ୍କ ଜରିଆରେ ଡିସିପିଙ୍କୁ ଏକ ଦାବିପତ୍ର ଦିଆଯାଇଛି। ଡେଲିଭରି ବୟଙ୍କୁ ଏଭଳି ଦୁର୍ବ୍ୟବହାର ଏବଂ ଖରାପ ଭାଷାରେ ଗାଳି ଦେଇଥିବା ପୋଲିସ ଅଧିକାରୀଙ୍କ ପ୍ରତି ଆକ୍ସନ ନିଆଯାଉ ବୋଲି ଦାବି କରିଛି ଜିଲ୍ଲା କଂଗ୍ରେସ। ଅପରପଟେ କଂଗ୍ରେସ ଦେଇଥିବା ଦାବିପତ୍ରକୁ ଡିସିପିଙ୍କୁ ଜଣାଇଦେଇଥିବା କହିଛନ୍ତି ACP ସୁଧାଂଶୁ ଜେନା. ତେବେ କନ୍ଦରପୁର ଥାନା ଅଧିକାରୀଙ୍କ ଏଭଳି ଭାଷା ପ୍ରୟୋଗ ଦ୍ୱାରା ସବୁ ମହଲରେ ନିନ୍ଦା କରାଯାଇଥିବା ବେଳେ ଅଧିକାରୀଙ୍କ ବିରୁଦ୍ଧରେ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ଉଠିଲାଣି।