Hot Posts

6/recent/ticker-posts

ଅନିଶ୍ଚିତତା ଓ ବିଭିନ୍ନତାର ପେଶା ହେଉଛି ସାମ୍ବାଦିକତା

କଟକ, ୦୯/୦୭ ( କାହୁଁ ଚରଣ ବାରିକ ) : ଜଣେ ସାମ୍ବାଦିକ, ବିଶେଷ କରି ରିପୋର୍ଟର ଓ ଫଟୋ ଏବଂ ଭିଡିଓ ଜର୍ଣ୍ଣାଲିଷ୍ଟଙ୍କ କାମରେ କିଛି ନିଶ୍ଚିତତା ନଥାଏ। ଏବେ ଏଠି ତ ଆର ମୁହୁର୍ତ୍ତରେ ଆଉ କେଉଁଠି। ଏବେ କିଛି ନାହିଁ। ଟିକିଏ ବିଶ୍ରାମ ନେଉଛନ୍ତି। ଠିକ୍ ପର ମୁହୁର୍ତ୍ତରେ ଏମିତି ଖବର ଆସି ପହଞ୍ଚିଵ,ଯାହା ଖାଇବାକୁ ଫୁରସତ୍ ଦେବନାହିଁ। ଏକକାଳୀନ ଘଣ୍ଟା ଘଣ୍ଟା ଖବର ସଂଗ୍ରହ, ପରିବେଷଣରେ ଵିତିଯିଵ। ଏଭଳି ପରିସ୍ଥିତି ପାଇଁ ଯେଉଁମାନେ ମାନସିକ ଭାବେ ପ୍ରସ୍ତୁତ ହୋଇଥାଆନ୍ତି, ସେହି ମାନେ ହିଁ ଖଵର ଦୁନିଆରେ ଭଲ ରିପୋର୍ଟିଙ୍କ କରିପାରନ୍ତି ଵା ଭଲ ଭିଡିଓ ଜର୍ଣ୍ଣାଲିଷ୍ଟ ହୋଇ ପାରନ୍ତି। ଆଜିର ଏ ଚିତ୍ର କଟକର ରିପୋର୍ଟର ଓ ଭିଡିଓ ଜର୍ଣ୍ଣାଲିଷ୍ଟ ମାନଙ୍କର। କାଠଯୋଡିରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ଉପରେ ଲାଇଭ ଚାଲିଛି,ଆଉ ପରେ ମୁହୁର୍ତ୍ତରେ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଵୋର୍ଡ ଓ୍ଵେଵସାଇଟ ସଠିକ୍ ଢଙ୍ଗରେ ଆଜି କାମ କରୁନଥିବା ଅଭିଯୋଗ ସମ୍ପର୍କରେ ପ୍ରତିକ୍ରିୟା ରଖୁଛନ୍ତି। ସାମ୍ବାଦିକତା ପଢିଵା ପୂର୍ବରୁ ମତେ ଯିଏ ସାମ୍ବାଦିକତା ଶିଖାଇଥିଲେ,ସେ ହେଉଛନ୍ତି ଢେଙ୍କାନାଳର ବିରଞ୍ଚି ସେଠ୍ ସାର୍। ବିରଞ୍ଚି ସାର କୁହନ୍ତି,ଜର୍ଣ୍ଣାଲିଜିମ୍ ହେଉଛି ଭେରାଇଟିର ପେଶା।ଆଉ Variety is the spice of life.ତେଣୁ ଜର୍ଣ୍ଣାଲିଜିମ ସବୁବେଳେ ଭିନ୍ନ ଭିନ୍ନ ଘଟଣା, ଭିନ୍ନ ଭିନ୍ନ ବ୍ୟକ୍ତି ଓ ଚରିତ୍ର ମାନଙ୍କୁ ସାମ୍ନା କରିଵାର ପେଶା। ତେଣୁ ଯିଏ ସବୁବେଳେ ଭିନ୍ନ ଭିନ୍ନ ଘଟଣା, ବ୍ୟକ୍ତି,ଵ୍ୟଵସ୍ଥା, ଚରିତ୍ର ଆଦିଙ୍କୁ ସାମ୍ନା କରିବାକୁ ଭଲ ପାଆନ୍ତି, ସେମାନେ ଭଲ ସାମ୍ବାଦିକ ହୋଇ ପାରିବେ ବୋଲି କୁହନ୍ତି ବିରଞ୍ଚି ସାର।