Hot Posts

6/recent/ticker-posts

ଭାରତୀୟ ଜନତା ପାର୍ଟି (ଭାଜପା) ମହିଳା ମୋର୍ଚ୍ଚା କଟକ ଜିଲ୍ଲା ଶାଖା ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

କଟକ, ୨୭/୦୭ ( କାହୁଁ ଚରଣ ବାରିକ ) : ଭାରତୀୟ ଜନତା ପାର୍ଟି (ଭାଜପା) ମହିଳା ମୋର୍ଚ୍ଚା କଟକ ଜିଲ୍ଲା ଶାଖା ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପ-ସଭାପତି ତଥା ଆଇନଜୀବୀ Sharmistha Priyadarshini ପୌରୋହିତ୍ୟ କରିଥିଲେ। ଏଥିରେ ଅତିଥି ଭାବେ ଭାଜପା କଟକ ଜିଲ୍ଲା ସଭାପତି Sukanta Biswal , ବରିଷ୍ଠ ନେତା Pravat Ranjan Biswal ଏବଂ ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି ମଧୁସ୍ମିତା ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିଥିଲେ। ଏହି ବନ୍ଧୁମିଳନ ଅବସରରେ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ଏବଂ ମହିଳାମାନଙ୍କ ଭାଗୀଦାରୀ ବୃଦ୍ଧି କରିବା ନେଇ ଆଲୋଚନା ହୋଇଥିଲା।