Hot Posts

6/recent/ticker-posts

ଟିକିରି–ରାଉଳି ମଝିରେ ଜଳମଗ୍ନ ରେଳପଥ, ଦୁଇ ଘଣ୍ଟା ଧରି ଅଟକିଲା ଡିଏମ୍‌ୟୁ

ରାୟଗଡ଼ା, ୨୭/୦୭ ( ଭି. ଗୌରି ଶଙ୍କର ରାଓ ) : ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଏହାର ପ୍ରଭାବ ରେଳ ସେବା ଉପରେ ମଧ୍ୟ ପଡ଼ିଛି। ରାୟଗଡ଼ା ଜିଲ୍ଲାର ଟିକିରି ଏବଂ ରାଉଳି ଷ୍ଟେସନ ମଝିରେ ରେଳ ଟ୍ରାକ୍‌ ଜଳମଗ୍ନ ହୋଇଯାଇଛି। ଟ୍ରାକ୍‌ ଉପରେ ପ୍ରାୟ ୩ ଫୁଟର ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଏହି କାରଣରୁ କୋରାପୁଟରୁ ବିଶାଖାପାଟଣାଭିମୁଖୀ ଡିଏମ୍‌ୟୁ ଟ୍ରେନ୍‌ଟି ବାଟରେ ଅଟକି ରହିଛି। ପ୍ରାୟ ୨ ଘଣ୍ଟା ହେବ ଟ୍ରେନ୍‌ଟି ଅଧାବାଟରେ ଅଟକି ରହିଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ରେଳବାଇ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ପାଣି କମିବା ପରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ୍ ହେବ ବୋଲି ଜଣାପଡ଼ିଛି।