Hot Posts

6/recent/ticker-posts

ବସ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟରେ ଶ୍ରମିକଙ୍କ ଜୀବନ ସହ ଖେଳ

କୋକସରା, ୩୧/୦୭ ( ରିତେଶ କୁମାର ମୁଣ୍ଡ ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ଚାଲିଥିବା ବସ୍ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟରେ ଶ୍ରମିକ ଙ୍କ ସୁରକ୍ଷା କୁ ଅଣଦେଖା କରାଯାଉଥିବା ଅଭିଯୋଗ ଉଠିଛି. କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ବସ୍ ଷ୍ଟାଣ୍ଡ ରେ ଶ୍ରମିକ ମାନେ ବିନା ସୁରକ୍ଷା ବେଲ୍ଟ ଓ ହେଲମେଟ ରେ ପ୍ରାୟ ୨୦ ରୁ ୨୫ ଫୁଟ ଉଚ୍ଚତା ରେ କାମ କରୁଛନ୍ତି!ସୂଚନା ଅନୁସାରେ କୋକସରା ରେ ଚାଲି ଥିବା ବସ୍ ଷ୍ଟାଣ୍ଡ ପ୍ରାୟ କୋଟି କୋଟି ଟଙ୍କା ବ୍ୟୟରେ ଉଚ୍ଚକ୍ଷମତାସମ୍ପନ୍ନ ବସ୍ ଷ୍ଟାଣ୍ଡ ନିର୍ମାଣ କାମ ଚାଲିଛି. ହେଲେ.......କୋକସରା ବ୍ଲକ ରେ ଚାଲିଥିବା ବସ୍ ଷ୍ଟାଣ୍ଡ ସୁରକ୍ଷା ନିୟମ ର ଖୋଲାଖୋଲି ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ ହେଉଛି! ଶ୍ରମିକ ଙ୍କ ନିକଟରେ ସୁରକ୍ଷା ବେଲ୍ଟ ଓ ହେଲମେଟ ନଥିବାରୁ ଯେ କୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ରହିଛି!ଏନେଇ କାମ କରାଯାଉଥିବା ସୁପର ଭାଇସର ଙ୍କୁ ପଚାରିବାରୁ ପ୍ରତିକ୍ରିୟା ରଖି ପାରିଲେ ନାହିଁ. ତେବେ ଶ୍ରମିକ ଙ୍କ ସୁରକ୍ଷା କୁ ଅଣଦେଖା କରି ଏଭଳି ବିପଦ ପୂର୍ଣ୍ଣ ସ୍ଥିତି ରେ କାମ କରାଯିବା ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ,