ବନ୍ୟା ପ୍ଲାବିତ ଅଞ୍ଚଳ ରାଜ୍ୟ, ଜିଲ୍ଲା ଓ ବସ୍ତା ବାଲିଆପାଳ ବିଜୁ ଜନତା ଦଳର କର୍ମକର୍ତ୍ତ ପରିଦର୍ଶନ
ବାଲିଆପାଳ, ୩୧/୦୭ ( ଡ଼ଃ. ସନ୍ନ୍ୟାସୀ ବେହେରା ) : ସପ୍ତାହ ଧରି ଲଗାଣ ବର୍ଷରେ ବାଲିଆପାଳ ଓ ବସ୍ତା ବ୍ଲକର ବିଭିନ୍ନ ପଂଚାୟତ ପାଣିରେ ଉବୁଟୁବୁ ହେଉଛି |ପ୍ରବଳ ବର୍ଷା, ବାତ୍ୟାରେ ବହୁ ଲୋକଙ୍କର ଘର ଭାଙ୍ଗି ଯାଇଥିବା ବେଳେ ଗୋରୁ ଗାଈ ଘର ବାଡ଼ିରେ ବନ୍ଧା ହୋଇରହିଛି |ପ୍ରବଳ ବର୍ଷରେ ବୁଢା ବୋଲଙ୍ଗ ନଦୀ ଓ ଜଳକା ନଦୀ କୁଳ ଲଂଘନ କରି ଚାଷ ଜମି ବନ୍ୟା ପାଣିରେ ଘେର ବନ୍ଦୀ ହୋଇ ରହିଛି |ବୋଲଙ୍ଗ, କୁଣ୍ଡୁଳି, ବଣିଆ ଢ଼ୀହା, ମଥାନି, ବାହାର୍ଦଆ, ଦରଦା ଆଦି ଅନେକ ଗ୍ରାମ ପାଣି ଘେରରେ ରହିଛି |ବ୍ଲକ ପ୍ରଶାସନ, ଶାସକଦଳ ଏପର୍ଯ୍ୟନ୍ତ ଯଥା ସାଦ୍ୟ ରିଲିଫ, ତାରପୋଲିନ, ଗୋ ଖାଦ୍ୟ କିମ୍ବା ଘର ପୁନଃ ନିର୍ବାଣ ନିମନ୍ତେ ଆର୍ଥିକ ସାହାଯ୍ୟ କରି ନାହାନ୍ତି |ରାଜ୍ୟ ବିଜୁ ଜନତା ଦଳର ମୁଖ ପାତ୍ର ତଥା ବାଲେଶ୍ୱର ସାଂସଦୀୟ କ୍ଷେତ୍ରର 2024 ବିଜୁ ଜନତାଦଳର ସାଂସଦ ପ୍ରାଥୀନି ଲେଖାଶ୍ରୀ ସମନ୍ତସିଂହାର ଙ୍କ ନେତୃତ୍ୱରେ ବସ୍ତା ବ୍ଲକର ସଭାପତି ମହାଦେବ ଦାସ, ସଦସ୍ୟ ପୂର୍ଣଚନ୍ଦ୍ର ବାବୁ, ବାଲିଆପାଳ ବ୍ଲକର ସଭାପତି ଦେବେନ୍ଦ୍ର ଗିରି, ବରିଷ୍ଠ ସଦସ୍ୟ ଚିତ୍ତରଞ୍ଜନ ଜେନା, ସାଧାରଣ ସମ୍ପାଦକ ପରମେଶ୍ୱର ବାରିକ, ମିଡ଼ିଆ ସମ୍ପାଦକ ଶିବାନନ୍ଦ ଦାସ ଅଧିକାରୀ, ସମ୍ପାଦକ ତଥା ସାମ୍ବାଦିକ ଦ ସନ୍ନ୍ୟାସୀ ବେହେରା ବନ୍ୟାଞ୍ଚଳ ବୁଲି ବନ୍ୟାକ୍ଲୀଷ୍ଟ ଲୋକଙ୍କର ଦୁର୍ଦଶା ପଚାରି ବୁଝି ଥିଲେ |ସ୍ଥାନୀୟ ଜିଲ୍ଲା କଲେକ୍ତର ଓ ବିଡ଼ିଓ ମାନଙ୍କ ସାହା ଆଲୋଚନା କରି ଅତିଶୀଘ୍ର ସାହାଯ୍ୟ ମିଳିବାର ବନ୍ଦୋବସ୍ତ କରିବେ ବୋଲି ପ୍ରତିଶୃତି ଦେଇଥିଲେ |