Hot Posts

6/recent/ticker-posts

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ୱର୍ଦ୍ଧନା

ଲଇକେରା, ୩୧/୦୭ ( ନବଦୂତ ) : ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ କିର୍ମିରା ବ୍ଲକର ବନ୍ଧପାଲି ପଞ୍ଚାୟତ ଠାକୁରପଡା ପ୍ରାଥମିକ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ନାୟକ, ସାରସମାଲ ସ୍କ୍କଲର ଶିକ୍ଷୟତ୍ରୀ ବୀଣାପାଣି ଜେନା, ଚନ୍ଦ୍ରପୁର ସ୍କୁଲର ଶିକ୍ଷକ କିଶୋର ପରୁଆ ପ୍ରମୁଖଙ୍କୁ ଅବସର କାଳୀନ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି । ଶିକ୍ଷକ ସୁନୀଲ କୁମାର ବାଦିଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ହିରଣ୍ୟ ରୋହିଦାସ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଥିବାବେଳେ ଅବସର ଶିକ୍ଷା ଅଧିକାରୀ ଅଶୋକ କୁମାର ପଟେଲ, ଜିଲ୍ଲା ଶିକ୍ଷକ ସଂଘ ସଭାପତି ପ୍ରମୋଦ ନାଏକ, ବ୍ଲକ ଶିକ୍ଷକ ସଂଘ ସମ୍ପାଦକ ବୈକୁଣ୍ଠ ନାଏକ, ସ୍କୁଲ ପରିଚାଳନା କମିଟୀ ସଭାପତି ସୀତା ପ୍ରଧାନ, ଅବସର ଶିକ୍ଷକ ଗିରିଧାରୀ ପଟେଲ, ମିତ୍ରଭାନୁ ନାଏକ, ସିଆରସିସି ସୁଜେଶ ପଟେଲ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପୁଷ୍ପଗୁଚ୍ଛ, ଉପଢୈାକନ ଦେଇ ସମ୍ୱର୍ଦ୍ଧନା ଜ୍ଞାପନ କରିବା ସହିତ ଦୀର୍ଘ ଜୀବନ କାମନା କରିଥିଲେ । ଅବସର ଶିକ୍ଷୟତ୍ରୀ ଭାରତୀ ପଟେଲ, ବିଲାସିନୀ ଦଣ୍ଡପାଦକ ତାଙ୍କ ସହିତ ବିତାଇଥିବା ଅନୁଭୁତି ବର୍ଣ୍ଣନା କରିଥିଲେ । ଶିକ୍ଷା ବିଭାଗ କର୍ମଚାରୀ ଦିଲିପ ମେହେର, ଶିକ୍ଷକ ତେଜରାଜ କଉଡି, ଯୁବରାଜ ଦିହିରିଆଙ୍କ ସହ ଯୋଗଦେଇଥିବାବେଳେ ସ୍କୁଲ ଶିକ୍ଷକ ସରୋଜ ପରୁଆ ଧନ୍ଯବାଦ ଦେଇଥିଲେ ।