Hot Posts

6/recent/ticker-posts

ଲଗାଣ ବର୍ଷା ରେ ଘର କାନ୍ଥ ଭୁଶୁଡ଼ିଲା ?

ଫୁଲବାଣୀ, ୨୯/୦୭ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ରେ ଲଗାଣ ବର୍ଷା ରେ ଅନେକ ଅଞ୍ଚଳ ରେ କ୍ଷୟକ୍ଷତି ସହ ଅନେକ ଗ୍ରାମ ଜଳବନ୍ଦୀ ହୋଇଥିବା ଦେଖିବାକୁ ମିଳୁଛି। ଅନେକ ଗ୍ରାମ କୁ ବର୍ଷା ପ୍ରବଳ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ଅନେକ ଘର ଭାଙ୍ଗି ଯାଇଥିବା ଖବର ମିଳିଛି । ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଛି କ ନୂଆଗାଁ ବ୍ଲକ ବଣ୍ଡଗୁଡା ପଞ୍ଚାୟତ କପୁଗୁଡା ଗାଁ ର ସୁବର୍ଣ୍ଣ ବେହେରା ଙ୍କ ଘର ଲଗାଣ ବର୍ଷା ଯୋଗୁଁ ଘର ଗୋଟିଏ କାନ୍ଥ ଭୁଶୁଡ଼ି ଯାଇଥିବା ଦେଖିବାକୁ ମିଳିଛି । ପରିବାର ଅଭିଯୋଗ ଅନୁଯାୟୀ ମଙ୍ଗଳବାର ଦିନ ୨ ଟା ସମୟରେ ଅଧିକ ରୁ ଅଧିକ ଲଗାଣ ବର୍ଷା ଯୋଗୁଁ ଘର କାନ୍ଥ ସମ୍ପୁର୍ଣ ଭୁଶୁଡ଼ି ପଡ଼ିଥିଲା ଯାହା ଫଳରେ ସାତ ଜଣ ସଦସ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଘର କାନ୍ଥ ଭୁଶୁଡ଼ି ଯିବା ପରେ ସାତ ଜଣ ସଦସ୍ୟ ବର୍ତ୍ତମାନ ନିଜ ଭାଇ ଘରେ ଆଶ୍ରୟ ନେଉ ଥିବା କହିଛନ୍ତି । ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହ ପରିବାର କୁ କିଛି ସହାୟତା ଯୋଗାଇ ଦେବା ପାଇଁ ପରିବାର ସହ ଗ୍ରାମବାସୀ ଦାବି କରିଛନ୍ତି।



କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ