ଲଗାଣ ବର୍ଷାରେ ଭାସିଗଲା ଘର୍ଲା ଜୋର୍ ଅସ୍ଥାୟୀ ରାସ୍ତା, କଲମପୁର–ଜୁନାଗଡ଼ ଯାତାୟାତ ଠପ୍
କଳାହାଣ୍ଡି, ୨୯/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲାର କଲମପୁର–ଜୁନାଗଡ଼ ମୁଖ୍ୟ ରାସ୍ତାର ଘର୍ଲା ଜୋର୍ ପୋଲ ନିର୍ମାଣ କାମ ଚାଲିଥିବାରୁ ଯାତାୟାତ ପାଇଁ ଏକ ଅସ୍ଥାୟୀ ବିକଳ୍ପ ରାସ୍ତାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଲଗାଣ ବର୍ଷାରେ ସେହି ଅସ୍ଥାୟୀ ରାସ୍ତା ଭୁଶୁଡ଼ି ପଡ଼ିବାରୁ ବର୍ତ୍ତମାନ କଲମପୁର–ଜୁନାଗଡ଼ ମୁଖ୍ୟ ସଡ଼କରେ ସମ୍ପୂର୍ଣ୍ଣ ଯାତାୟାତ ବନ୍ଦ ହୋଇଯାଇଛି। ଘର୍ଲା ଜୋର୍ ଉପରେ ପୋଲ ନିର୍ମାଣ କାମ ଚାଲୁଥିବାରୁ ପୂର୍ବରୁ ଯାନବାହନ ଚଳାଚଳ ପାଇଁ ଏକ ଅସ୍ଥାୟୀ ବିକଳ୍ପ ରାସ୍ତା ତିଆରି କରାଯାଇଥିଲା। ହେଲେ ଗତ କିଛି ଦିନ ଧରି ଲାଗି ରହିଥିବା ବର୍ଷା ଯୋଗୁଁ ଉକ୍ତ ରାସ୍ତା ଭୁଶୁଡ଼ି ପଡ଼ିଛି। ଫଳରେ କଲମପୁର–ଜୁନାଗଡ଼ ମୁଖ୍ୟ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଏହା ଯୋଗୁଁ ସ୍ଥାନୀୟ ଲୋକ, ଛାତ୍ରଛାତ୍ରୀ ଓ ବ୍ୟବସାୟୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ବିକଳ୍ପ ଯାତାୟାତ ବ୍ୟବସ୍ଥା କରିବା ସହ ପୋଲ ନିର୍ମାଣ କାମକୁ ଶୀଘ୍ର ଶେଷ କରିବା ପାଇଁ ସ୍ଥାନୀୟ ଲୋକ ପ୍ରଶାସନ ନିକଟରେ ଦାବି କରିଛନ୍ତି