କୋରାପୁଟ, ୨୦/୦୭ ( ଗୁପ୍ତପ୍ରସାଦ ପତ୍ରିକା ) : ଦିଲ୍ଲୀରେ ଚାଲିଥିବା NEET ପରୀକ୍ଷା ବିବାଦ ଓ ଶିକ୍ଷା ବ୍ୟବସ୍ଥାର ସଂସ୍କାର ଦାବିକୁ ନେଇ ଚାଲୁଥିବା ଆନ୍ଦୋଳନ ପ୍ରତି ସମର୍ଥନ ଜଣାଇ କୋରାପୁଟର କିଛି ଯୁବକ ସୋମବାର ସିଭିଲ ଏବଂ କ୍ରିମିନାଲ କୋର୍ଟ ସମ୍ମୁଖରେ ପ୍ରତିବାଦ କରିଥିଲେ। ପ୍ରତିବାଦକାରୀମାନେ ବ୍ୟାନର ପ୍ରଦର୍ଶନ କରି "Justice for NEET Students" ଏବଂ ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଦାୟିତ୍ୱବୋଧ ନିଶ୍ଚିତ କରିବାକୁ ଦାବି କରିଥିଲେ। ଏହି ପ୍ରତିବାଦ ମାଧ୍ୟମରେ ସେମାନେ ଦିଲ୍ଲୀରେ ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ଚାଲୁଥିବା ଆନ୍ଦୋଳନ ସହ ଏକାତ୍ମତା ପ୍ରକାଶ କରିଥିଲେ। ସମ୍ପ୍ରତି ଦେଶର ବିଭିନ୍ନ ସ୍ଥାନରେ ଏପରି ସମର୍ଥନ ପ୍ରଦର୍ଶନ ଦେଖିବାକୁ ମିଳୁଥିବା ବେଳେ କୋରାପୁଟରେ ମଧ୍ୟ ଯୁବବର୍ଗ ଏହି ପ୍ରସଙ୍ଗରେ ନିଜ ମତ ପ୍ରକାଶ କରିଛନ୍ତି।
କୋରାପୁଟରୁ ଗୁପ୍ତପ୍ରସାଦ ପତ୍ରିକା ଙ୍କ ରିପୋର୍ଟ ।
