ବରିଷ୍ଠ ନାଗରିକ ସଂଗଠନରେ ଜନ୍ମୋତ୍ସବ ପାଳନ
ବୀରମହାରାଜପୁର, ୨୦/୦୭ ( ଜଗଦିଶ ମେହେର ) : ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ ସତ୍ୟ ନାରାୟଣ ନାୟକଙ୍କ ୭୧ ତମ ଜନ୍ମ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଆୟୋଜିତ ଏକ ଶୁଭେଛା ସଭାରେ ଦୟାନିଧି ହୋତା ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଅତିଥି ଭାବେ ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ପାଢ଼ୀ,ଡ ପ୍ରଫୁଲ୍ଲ ରଥ, ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ ରାଓ ମଞ୍ଚାସୀନ ହୋଇ ସତ୍ୟ ନାରାୟଣ ନାୟକଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ।ଏହି ଅବସରରେ ଶ୍ରୀ ନାୟକଙ୍କୁ ମାନପତ୍ର ଓ ଉପଢ଼ୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକାରୀ ସଭାପତି ରାଧେଶ୍ୟାମ ପୁରୋହିତ ସ୍ଵାଗତ କରିଥିବାବେଳେ କୋଷାଧ୍ୟକ୍ଷ ଅକ୍ଷୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସଂପାଦକ ଡ ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିଲେ । ଜନ୍ମ ଦିବସ ଅବସରରେ ଶ୍ରୀ ନାୟକ ଅନୁଷ୍ଠାନ କୁ ପ୍ରଦାନ କରିଥିବା ଏକ ଟ ଭି ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ।ଚମରା ମହାକୁର, ଶ୍ୟାମସୁନ୍ଦର ସେଠି,ସୁରୁ ସାହୁ,ଜ୍ଞାନେନ୍ଦ୍ର ତ୍ରିପାଠୀ, ଜୀତେନ୍ଦ୍ର ପ୍ରଧାନ, ଆର୍ତ୍ତତ୍ରାଣ ବାବୁ, ପ୍ରକାଶ ହୋତା ପ୍ରମୁଖ ସହଯୋଗ କରିଥିଲେ।