Hot Posts

6/recent/ticker-posts

ନୀଟ୍-ୟୁଜି ୨୦୨୬ରେ ନର୍ଲାର ଦୁଇ ଛାତ୍ରଙ୍କ ସଫଳତା, ଅଞ୍ଚଳ ପାଇଁ ଗର୍ବ

କଳାହାଣ୍ଡି, ୧୭/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ଗୁରୁବାର ପ୍ରକାଶ ପାଇଥିବା ନୀଟ୍-ୟୁଜି ୨୦୨୬ ପ୍ରବେଶିକା ପରୀକ୍ଷାର ସଂଶୋଧିତ ଫଳାଫଳରେ କଳାହାଣ୍ଡି ଜିଲ୍ଲାର ନର୍ଲା ରୋଡ଼ର ଦୁଇଜଣ ଛାତ୍ର ସଫଳତା ହାସଲ କରି ଅଞ୍ଚଳ ପାଇଁ ଗର୍ବ ଆଣିଛନ୍ତି। ସ୍ୱୟଂ ସ୍ୱାଗତ କର ଓ ସୁବ୍ରତ ସାହାଣୀଙ୍କ ଏହି ସଫଳତା ନର୍ଲା ଅଞ୍ଚଳର ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ପାଲଟିଛି। ନର୍ଲା ରୋଡ଼ ହାଇସ୍କୁଲର ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କରଙ୍କ ପୁଅ ସ୍ୱୟଂ ସ୍ୱାଗତ କର ଏବଂ ଲକଟାଖମନ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶରତ ଚନ୍ଦ୍ର ସାହାଣୀଙ୍କ ପୁଅ ସୁବ୍ରତ ସାହାଣୀ ନୀଟ୍-ୟୁଜି ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି। ଉଭୟ ଛାତ୍ର ଡାକ୍ତରୀ ପାଠ ପଢ଼ିବା ଲକ୍ଷ୍ୟ ନେଇ କଠିନ ପରିଶ୍ରମ କରି ଏହି ସଫଳତା ହାସଲ କରିଛନ୍ତି। ସଫଳତା ପରେ ଉଭୟ ଛାତ୍ର ନିଜ ମାତା-ପିତା ଓ ଗୁରୁଜନଙ୍କୁ ଏହାର ଶ୍ରେୟ ଦେଇଛନ୍ତି। ସେମାନଙ୍କ କହିବା ଅନୁସାରେ, ବର୍ଷ ବର୍ଷ ଧରି ମୋବାଇଲଠାରୁ ଦୂରେଇ ରହି ନିୟମିତ ଅଧ୍ୟୟନ ଓ ଆତ୍ମବିଶ୍ୱାସ ହିଁ ଏହି ସଫଳତାର ମୂଳମନ୍ତ୍ର। ଆଗାମୀ ପିଢ଼ିର ଛାତ୍ରଛାତ୍ରୀମାନେ ମଧ୍ୟ ଲକ୍ଷ୍ୟ ସ୍ଥିର କରି ପରିଶ୍ରମ କଲେ ନିଶ୍ଚିତ ଭାବେ ସଫଳତା ପାଇପାରିବେ ବୋଲି ସେମାନେ ପରାମର୍ଶ ଦେଇଛନ୍ତି।




କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ