ଯୁବ ଆଇନଜୀବୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ: ତହସିଲଦାରଙ୍କ ବିରୋଧରେ ଆକ୍ସନ ଦାବି
ରାୟଗଡା, ୧୭/୦୭ ( ଭି. ଗୌରି ଶଙ୍କର ରାଓ ) : ଆଙ୍କର-ଜଣେ ଯୁବ ଆଇନଜୀବୀ ଙ୍କୁ ରାୟଗଡା ତହସିଲଦାର ଦୁର୍ବ୍ଯବହାର କରିଥିବା ଅଭିଯୋଗ ହୋଇଛି। ରାୟଗଡା ବାର ଆସୋସିଏସନ ର ସଭ୍ଯ ତଥା ଆଇନଜୀବୀ ଟି.ନାଗରାଜୁ ଗତ ୮ ତାରିଖ ଦିନ ନିଜ ମହକିଲଙ୍କ ସହ ଆରଓଆର୍ ସଂଶୋଧନ ପାଇଁ ସଦର ତହସିଲଦାର ପ୍ରିୟଦର୍ଶିନୀ ସ୍ବାଇଁଙ୍କୁ ଦେଖା କରିବାକୁ ଯାଇଥିଲେ। ଉକ୍ତ ସମୟରେ ରାଜସ୍ବ ସୁପରଭାଇଜର୍ ଙ୍କ ଉପସ୍ଥିତି ରେ ପାଖକୁ ନଆସିବା ପାଇଁ କହିବା ସହ ତହସିଲଦାର ମେଡମ୍ ପୁଲିସ କୁ ଡାକି ଭିତରେ ଭର୍ତ୍ତି କରିଦେବି ବୋଲି ଧମକ ଦେଇଥିଲେ। ତହସିଲଦାର ଙ୍କ ଏପରି ଆଚରଣକୁ ବିରୋଧ କରିବାରୁ ସେ ମତେ ଅପମାନିତ କରିଥିଲେ ବୋଲି ଆଇନଜୀବୀ ଟି.ନାଗରାଜୁ ଅଭିଯୋଗ କରିଛନ୍ତି। ଏସଂକ୍ରାନ୍ତରେ ଆଇନଜୀବୀ ଜଣକ ନିଜ ସଂଘରେ ଅଭିଯୋଗ କରିବା ପରେ ବାର୍ ଏପରି ଘଟଣାକୁ ନିନ୍ଦା କରିଛି। ଆଜି ବାର୍ ଆସୋସିଏସନ ର ଶତାଧିକ ଆଇନଜୀବୀ ତହସିଲଦାର ଙ୍କ ବିରୋଧରେ କାର୍ଯ୍ଯିନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଜଣେ ସରକାରୀ ଅଧିକାରୀ ହୋଇ ରାଜ୍ଯ ସରକାର ଙ୍କ ସରକାରୀ ଆଚରଣବିଧି କୁ ଉଲଂଘନ କରିବା ସହ ଓକିଲାତି ଭଳି ପେସାକୁ ଅପମାନିତ କରିଛନ୍ତି ବୋଲି ରାୟଗଡା ବାର୍ ଆସୋସିଏସନ ପକ୍ଷରୁ ଅଭିଯୋଗ ହୋଇଛି। ଆଜି ବାର୍ ର ସଭାପତି ବ୍ରଜସୁନ୍ଦର ନାୟକଙ୍କ ନେତୃତରେ ଆଇନଜୀବୀ ମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଘଟଣାକୁ ନେଇ ତହସିଲଦାର ପ୍ରିୟଦର୍ଶିନୀ ସ୍ବାଇଁଙ୍କ ପ୍ରତିକ୍ରିୟା ମିଳିପାରିନି।