କେସିଙ୍ଗା ରେଳ ବ୍ରିଜ୍ ତଳେ ୬ ଫୁଟ୍ ପାଣି, ଯାନବାହନ ଚଳାଚଳ ଠପ୍
କେସିଙ୍ଗା, ୩୦/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ରେଳ ବ୍ରିଜ୍ ତଳେ ପ୍ରାୟ ୬ ଫୁଟ୍ ପାଣି ଜମି ରହିଛି। ଫଳରେ ସମ୍ପୂର୍ଣ୍ଣ ଭାବେ ଯାନବାହନ ଚଳାଚଳ ଠପ୍ ହୋଇଯାଇଛି ଏବଂ ସାଧାରଣ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଲଘୁଚାପର ପ୍ରଭାବରେ କେସିଙ୍ଗା ସହରରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ସହରର ରେଳ ବ୍ରିଜ୍ ତଳେ ପ୍ରାୟ ୬ ଫୁଟ୍ ଉଚ୍ଚରେ ପାଣି ଜମି ରହିଥିବାରୁ ସମସ୍ତ ପ୍ରକାର ଯାନବାହନ ଚଳାଚଳ ବନ୍ଦ ହୋଇଯାଇଛି। ଉଭୟ ପାର୍ଶ୍ୱରେ ଗାଡ଼ିର ଲମ୍ବା ଧାଡ଼ି ଲାଗିଥିବା ବେଳେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଥିବା ବେଳେ ପାଣି କମିବା ପର୍ଯ୍ୟନ୍ତ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ