Hot Posts

6/recent/ticker-posts

ନିଟ ୟୁ ଜି ପରୀକ୍ଷା ରେ 582 ରେଙ୍କ ରଖି ସଫଳତା ପାଇଥିବା ଛାତ୍ରୀ ମୋକ୍ଷାଦ୍ରୀ ଙ୍କୁ ସମ୍ବର୍ଦ୍ଧନା.

ଭବାନୀପାଟଣା, ୨୭/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭବାନୀପାଟଣା ସ୍ଥିତ ହାଇଟେକ ପବ୍ଲିକ ସ୍କୁଲ ଛାତ୍ରୀ ସୁଶ୍ରୀ ମୋକ୍ଷାଦ୍ରୀ ଶୁଭଦର୍ଶିନୀ ସର୍ବ ଭାରତୀୟ ସ୍ତରର ମେଡିକାଲ ପ୍ରବେଶିକା ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ 582 ରେଙ୍କ ରଖି ତାଙ୍କ ପିତା ମାତା ମଧୁ ସୁଦନ ପ୍ରଧାନ ଓ ସ୍ୱପ୍ନା ପ୍ରଧାନ ଙ୍କ ସହ କଳାହାଣ୍ଡି ଜିଲ୍ଲାର ଗୌରବ ଆଣି ଦେଇଛନ୍ତି. ଏଣୁ କଳାହାଣ୍ଡି ଜିଲ୍ଲା କୁର୍ମୀ କ୍ଷତ୍ରୀୟ ଅଞ୍ଚଳ ସଂସ୍ଥା ପକ୍ଷରୁ ଭବାନୀପାଟଣା ସହର ଉପକଣ୍ଠ ସ୍ଥିତ ଚକ୍ରଧର ନଗର ଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି. ଏହି କାର୍ଯ୍ୟକ୍ରମ ରେ ସନ୍ତୋଷ ପ୍ରଧାନ ମଞ୍ଚ ପରିଚାଳନା କରିଥିବାବେଳେ ସଭାପତି ଅଶ୍ୱିନୀ ପ୍ରଧାନ ଅଧକ୍ଷତା କରିଥିଲେ. ସଂସ୍ଥା ର କୁଳାଧିକାରୀ ମହେଶ୍ୱର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଇନଜୀବୀ ସିଦ୍ଧାର୍ଥ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ. ସେହିପରି ସମ୍ମାନିତ ଅତିଥିଭାବେ ଅଂଚଳ ସମ୍ପାଦକ ଭାବଗ୍ରାହୀ ନାୟକ, ପୂର୍ବତନ ପ୍ରଧାନ ଶିକ୍ଷକ ତ୍ରିଲୋଚନ ପ୍ରଧାନ, ଆରକ୍ଷୀ ବିଭାଗ ର ଅବସରପ୍ରାପ୍ତ ବରିଷ୍ଠ କର୍ମଚାରୀ କୃଷ୍ଣ ଚନ୍ଦ୍ର ପ୍ରଧାନ, ଅବସରପ୍ରାପ୍ତ ହାବିଲଦାର ନାରାୟଣ ବିଶ୍ୱାଳ, ସୁବାଷ ପ୍ରଧାନ ମହିଳା ନେତ୍ରୀ ତଥା ପୂର୍ବତନ ପୌର ଉପାଧ୍ୟକ୍ଷ ସବିତା ପ୍ରଧାନ, କାଉନ ସିଲର ରଂଯୁକ୍ତା ପ୍ରଧାନ ସମାଜ ସେବିକା ସୌଭାଗ୍ୟ ମଞ୍ଜରୀ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦାନ କରି ସୁଶ୍ରୀ ଶୁଭ ଦର୍ଶିନୀ ଙ୍କୁ ଉପଢୌକନ ଦେଇ ସମ୍ମାନିତ କରିବା ସହ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ. ଏହା ପରେ ତାଙ୍କ ଦୁଇ ଜେଜେ ତ୍ରିଲୋଚନ ପ୍ରଧାନ (94) ଓ କୃଷ୍ଣ ଚନ୍ଦ୍ର ପ୍ରଧାନ (84) ଙ୍କୁ ବରିଷ୍ଠ ନାଗରିକ ଭାବେ ସମ୍ମାନୀତ କରାଯାଇଥିଲା. ଶାସ୍ତ୍ରିଜୀ ଶିକ୍ଷା ନିକେତନ ଛାତ୍ର ଛାତ୍ରୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ପ୍ରଦେଶ ସଭ୍ୟ ସୀତାକାନ୍ତ ପ୍ରଧାନ,ଆଇନଜୀବୀ ପ୍ରତାପ ପ୍ରଧାନ, ମାଣିକେଶ୍ବରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଧର୍ମେନ୍ଦ୍ର ପ୍ରଧାନ, ପରକ୍ଷିତ ବିଶ୍ୱାଳ, ସହ ସମ୍ପାଦକ କୃଷ୍ଣ ଚନ୍ଦ୍ର ପ୍ରଧାନ, ରାମ ଚନ୍ଦ୍ର ପ୍ରଧାନ, ଦିଲେଶ ପ୍ରଧାନ, ବିଶ୍ୱ ରଞ୍ଜନ ପ୍ରଧାନ, ଶ୍ୟାମ ଘନ ପ୍ରଧାନ, ସୋମେଶ ପ୍ରଧାନ, କୁମର ମଣି ବେହେରା, ବରିଷ୍ଠ ସାମ୍ବାଦିକ ଦୁଃଖିଶ୍ୟାମ ପ୍ରଧାନ, ଶିଶିର ନାୟକ, ସୁଦାମ ପ୍ରଧାନ ଯଦୁ ମଣି ପ୍ରଧାନ,ସମ୍ପୂର୍ଣ୍ଣ ପ୍ରଧାନ,ଲିଙ୍ଗରାଜ ପଣ୍ଡା, ଉତ୍ତମ ପ୍ରଧାନ, ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ପ୍ରଧାନ, ଜ୍ୟୋସ୍ନା ମୟୀ ପ୍ରଧାନ, ଜ୍ୟୋତି ମୟୀ ପ୍ରଧାନ, ଦୀପ୍ତି ମୟୀ ପ୍ରଧାନ, ଯାଜ୍ଞସେନୀ ପ୍ରଧାନ, କ୍ଷିତି ସୁତା ପ୍ରଧାନ, ସ୍ୱପ୍ନା ପ୍ରଧାନ, ଶୋଭାଗିନୀ ଦେବୀ ପ୍ରମୁଖ ଉପସ୍ଥିତ ରହି ଆଶୀର୍ବାଦ ପ୍ରଦାନ ସହ ସହଯୋଗ କରିଥିଲେ. ଶେଷରେ ମଧୁ ସୂଦନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ.



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ