ପ୍ଲାଷ୍ଟର ଅଫ୍ ପ୍ୟାରିସ୍ (POP) ଗଣେଶ ଓ ବିଶ୍ୱକର୍ମା ମୂର୍ତ୍ତି ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧ ଲଗାଇ ମାଟି ଓ ପରିବେଶ ଅନୁକୂଳ ମୂର୍ତ୍ତିକୁ ପ୍ରୋତ୍ସାହନ ଦେବା ପାଇଁ କଳାହାଣ୍ଡି ଜିଲ୍ଲପାଳ ଙ୍କୁ ଦାବିପତ୍ର ପ୍ରଦାନ
କଳାହାଣ୍ଡି, ୨୩/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : ଆଜି ତା 23 ଜୁନ୍ 2026 ରିଖରେ ପଶ୍ଚିମ ଓଡ଼ିଶା ମୂର୍ତ୍ତି କାରିଗର ସଂଘର ସମସ୍ତ ସଦସ୍ୟଗଣ ଜିଲ୍ଲାପାଳ କଳାହାଣ୍ଡି ଜିଲ୍ଲା, ଭବାନୀପାଟଣା ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଓ ବର୍ତ୍ତମାନ କଳାହାଣ୍ଡି ଜିଲ୍ଲା ସହ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବାହାର ରାଜ୍ୟରୁ ଆସୁଥିବା ପ୍ଲାଷ୍ଟର ଅଫ୍ ପ୍ୟାରିସ୍ (POP) ମୂର୍ତ୍ତିର ବ୍ୟବହାର ବହୁଳ ଓ ବ୍ୟବସାୟିକ ଆକାରରେ ବୃଦ୍ଧି ହେବାରେ ଲାଗିଛି। ଏହି POP ମୂର୍ତ୍ତିଗୁଡ଼ିକ କେବଳ ଛାଞ୍ଚ (ଡାଇ) ମାଧ୍ୟମରେ ତିଆରି ହେଉଥିବା ବେଳେ ଏଥିରେ ପ୍ରକୃତ ହସ୍ତକଳାର କୌଣସି ସୃଜନଶୀଳତା କିମ୍ବା ପ୍ଲାରମ୍ପରିକ କଳାର ପ୍ରତିଫଳନ ହୋଇ ନ ଥାଏ ଏହା ଦ୍ବାରା ଆମ ପାରମ୍ପରିକ ମାଟି ମୂର୍ତ୍ତି କାରିଗରମାନଙ୍କ ଜୀବିକା ଗୁରୁତର ଭାବେ ପ୍ରଭାବିତ ହେଉଛି।ଅନ୍ୟପଟେ, POP ମୂର୍ତ୍ତିଗୁଡ଼ିକ ରାସାୟନିକ ପଦାର୍ଥରେ ପୂର୍ଣ୍ଣ ଥିବାରୁ ଏହା ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ। ବିସର୍ଜନ ପରେ ଏହା ଜଳ ଓ ମାଟିକୁ ଦୂଷିତ କରି ପରିବେଶଗତ ସମସ୍ୟାର ପ୍ରକୃତ କାରଣ ସାଜିଥାଏ। ଏହା ପୂଜା ପାଇଁ ଉପଯୋଗୀ ନୁହେଁ ଏବଂ ଆବର୍ଜନା ସୃଷ୍ଟି କରୁଥିବା ଏକ ଚିନ୍ତାଜନକ ପଦାର୍ଥ ଅଟେ। ପ୍ରାଚୀନ ପରମ୍ପରା ଅନୁସାରେ ମାଟି, ଗୋବର କିମ୍ବା ପ୍ରାକୃତିକ ପଦାର୍ଥରେ ତିଆରି ମୂର୍ତ୍ତି ପୂଜା ପାଇଁ ଶ୍ରେଷ୍ଠ ଏବଂ ପରିବେଶ ଅନୁକୂଳ। ପଶ୍ଚିମ ଓଡ଼ିଶାର ଆଦି ଅଞ୍ଚଳର ହଜାର ହଜାର ମୂର୍ତ୍ତି କାରିଗର ଏହି ପରମ୍ପରା ଗତ ମାଟି ମୂର୍ତ୍ତି ତିଆରି କରି ନିଜ ଜୀବିକା ନିର୍ବାହ କରୁଛନ୍ତି। କିନ୍ତୁ ବାହାର ରାଜ୍ୟର ବ୍ୟବସାୟୀମାନେ POP ମୂର୍ତ୍ତିକୁ ଏଠାରେ ଆଣି ଭବାନୀପାଟଣା, କେସିଙ୍ଗା, ଅନ୍ୟାନ୍ୟ ସ୍ଥାନରେ ଗୋଦାମ ଘର ଭାବରେ ବଜାର ସୃଷ୍ଟି କରୁଛନ୍ତି। ଏହାର ପରିଣାମରେ ସ୍ଥାନୀୟ କାରିଗରମାନେ ସେମାନଙ୍କ କଠିନ ପରିଶ୍ରମ ପରେ ମଧ୍ୟ ନ୍ୟାୟୋଚିତ ମୂଲ୍ୟ ପାଇପାରୁ ନାହାନ୍ତି ଏବଂ ବେକାର ହୋଇ ବାହାର ରାଜ୍ୟକୁ ଦାଦନ କାମ ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟାନ୍ୟ ପ୍ରାନ୍ତ ରାଜ୍ୟ ଯଥା (ମହାରାଷ୍ଟ୍ର) ଛତିସଗଡ ଆମ ଓଡିଶାର ଗଜପତି ଜିଲ୍ଲା ପୂର୍ବ ଓଡିଶା ସମସ୍ତ ଜିଲ୍ଲା ଏବଂ ଅନ୍ୟାନ୍ୟ ଜିଲ୍ଲାରେ POP ମୂର୍ତ୍ତି ଉପରେ ପ୍ରତିବନ୍ଧ ଲାଗିଥିବାରୁ ସେହି ବ୍ୟବସାୟୀ ମାନେ ପଶ୍ଚିମ ଓଡ଼ିଶାକୁ ଟାର୍ଗେଟ୍ କରିଛନ୍ତି, ଯେଉଁଠାରେ ଏପର୍ଯ୍ୟନ୍ତ କୌଣସି ନିୟନ୍ତ୍ରଣ ନାହିଁ। ସଂଘ ପକ୍ଷରୁ ବିଭିନ୍ନ ଦାବିଗୁଡ଼ିକ ନଜରକୁ ଆସିଛି କଳାହାଣ୍ଡି ଜିଲ୍ଲାରେ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ (POP) ଗଣେଶ ଓ ବିଶ୍ବକର୍ମା ମୂର୍ତ୍ତି ତିଆରି, ଆଣିବା ଓ ବିକ୍ରୟ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧ ଲଗାଯାଉ। ମାଟି, ଗୋବର ଓ ପ୍ରାକୃତିକ ପଦାର୍ଥରେ ତିଆରି ପରିବେଶ ବନ୍ଧକ ଅନୁକୂଳ ମୂର୍ତ୍ତିକୁ ସରକାରୀ ସ୍ତରରେ ପ୍ରୋତ୍ସାହନ ଦିଆଯାଉ। ସ୍ଥାନୀୟ ମୂର୍ତ୍ତି, କାରିଗରମାନଙ୍କ ପାଇଁ ବଜାର ବ୍ୟବସ୍ଥା, ଆର୍ଥିକ ସହାୟତା ଓ ପ୍ରଶିକ୍ଷଣ ସୁବିଧା ଦିଆଯାଉ। ପରିବେଶ ସୁରକ୍ଷା ଦୃଷ୍ଟିରୁ ବାଧ୍ୟତାମୂଳକ କରାଯାଉ। ଜିଲ୍ଲା ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରାଯାଉ ଲୋକମାନଙ୍କୁ POP ମୂର୍ତ୍ତିର କ୍ଷତିକାରକ ପ୍ରଭାବ ବିଷୟରେ ଜଣାଯାଉ। ଏହି ଦାବିପତ୍ର କାର୍ଯ୍ୟକ୍ରମ ରେ ହଳଧର ନିଆଲ, ସଭାପତି ମୂର୍ତ୍ତି କାରିଗର ସଙ୍ଗ, କଳାହାଣ୍ଡି, ଦେବାର ଚନ ମାଝୀ, ସମ୍ପାଦକ ମୂର୍ତ୍ତି କାରିଗର ସଙ୍ଗ, କଳାହାଣ୍ଡି ଓ ସଂଘ୍ ର ସମସ୍ତ କର୍ମ କର୍ତ୍ତା ଉପସ୍ଥିତ ରହିଥିଲେ l