ନଶା ମୁକ୍ତ ଭାରତ ଅଭିଯାନ ସଚେତନତା ରାଲି
ଭବାନୀପାଟଣା, ୨୩/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : "ନଶା ମୁକ୍ତ ଭାରତ ଅଭିଯାନ, ବିକଶିତ ଭାରତର ପରିଚୟ" ସ୍ଲୋଗାନକୁ ଆଧାର କରି ଜିଲ୍ଲା ପ୍ରଶାସନ, କଳାହାଣ୍ଡି ତଥା SSEPD ବିଭାଗର ସୌଜନ୍ୟରେ ଆଜି ଏକ ବ୍ୟାପକ ନଶା ମୁକ୍ତ ଭାରତ ସଚେତନତା ରାଲି ଆୟୋଜିତ ହୋଇଥିଲା। ଏହି ରାଲିରେ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଯୋଗଦେଇ ନଶାଦ୍ରବ୍ୟ ସେବନର କୁପ୍ରଭାବ ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ରାଲି ମାଧ୍ୟମରେ ଯୁବପିଢ଼ିଙ୍କୁ ନଶାଠାରୁ ଦୂରେଇ ରହିବା, ସୁସ୍ଥ ଓ ସଶକ୍ତ ସମାଜ ଗଠନ କରିବା ପାଇଁ ଆହ୍ୱାନ କରାଯାଇଥିଲା। ଉପସ୍ଥିତ ବକ୍ତାମାନେ କହିଥିଲେ ଯେ, ନଶାମୁକ୍ତ ସମାଜ ଗଠନ ହେଉଛି ବିକଶିତ ଭାରତ ନିର୍ମାଣର ମୂଳ ଆଧାର। ଏହି ଅଭିଯାନ ମାଧ୍ୟମରେ ସମାଜର ସମସ୍ତ ବର୍ଗର ଲୋକଙ୍କୁ ନଶା ବିରୋଧରେ ସଚେତନ କରିବା ସହ ଏକ ସୁସ୍ଥ ଓ ସୁରକ୍ଷିତ ପରିବେଶ ଗଠନ ପାଇଁ ପ୍ରୟାସ ଜାରି ରହିଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ