Hot Posts

6/recent/ticker-posts

OSRTC ଭୋଲଭୋ ବସ୍‌କୁ ପଥରମାଡ଼ ଘଟଣା: ଦୁଇ ଅଭିଯୁକ୍ତ ଗିରଫ, ବୋଲେରୋ ଜବତ

କଟକ, ୨୬/୦୬ ( କାହୁଁ ଚରଣ ବାରିକ ) : ନରସିଂହପୁର ରୁ ଭବାନୀପାଟଣା ଯାଉଥିବା OSRTC ଭୋଲଭୋ ବସକୁ ପଥର ମାରିବା ଘଟଣାରେ ନରସିଂହପୁର ପୋଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିଛି । ନୁଖାପଡା ଛକ ନିକଟରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ ପଥର ମାରି ଫେରାର ହୋଇଥିବା ବୋଲେରୋକୁ ମଧ୍ୟ ଜବତ କରିଛି ।