ସଦାନନ୍ଦପୁର ଜିପିଏଲ ଏଫ ପକ୍ଷରୁ ସୁଭଦ୍ରା ଶକ୍ତି ସମାବେଶ ଅନୁଷ୍ଠିତ l
ବାଲେଶ୍ୱର, ୨୬/୦୬ ( ପ୍ରଭାକର ମଲ୍ଲିକ ) : ରାଜ୍ଯ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ବସ୍ତା ବ୍ଲକ ଅନ୍ତର୍ଗତ ସଦାନନ୍ଦପୁର ପଞ୍ଚାୟତର ଜିପିଏଲ ଏଫ ପକ୍ଷରୁ ସରକାରଙ୍କର 'ବିକାଶ ଧାରା ଓଡିଶା ସାରା' ଜନକଲ୍ଯାଣ ଶିବିରକୁ ନେଇ ସୁଭଦ୍ରା ଶକ୍ତି ସମାବେଶ ଅନୁଷ୍ଠିତ ହୋଇଯାଇଛି।ଜିପିଏଲ ଏଫ ସଭାପତି ସସ୍ମିତା ମହାପାତ୍ର ସଭାପତିତ୍ବ କରି ଓଡିଶା ସରକାରଙ୍କ ଦ୍ବାରା ଦୁଇ ବର୍ଷ ମଧ୍ଯରେ କରା ଯାଇଥିବା ବିଭିନ୍ନ ଯୋଜନା ମଧ୍ୟରେ ସୁଭଦ୍ରା ଯୋଜନାରେ ଅନେକ ଅସହାୟ ମହିଳା ସଫଳ ହୋଇଥିବା ବକ୍ତବ୍ଯରେ କରି ଥିଲେ। ମୁଖ୍ୟଅତିଥି ଭାବେ ବିଧାୟିକା ସୁବାସିନୀ ଜେନା, ମୁଖ୍ୟ ବକ୍ତା ଭାବେ ବସ୍ତା ବିଡ଼ିଓ ମିହିର ରଞ୍ଜନ ବେହେରା ଯୋଗ ଦେଇ ସରକାରଙ୍କ ବିଭିନ୍ନ ଯୋଜନା ସହିତ ସୁଭଦ୍ରା ଭଳି ଯୋଜନା ଦ୍ୱାରା ଅନେକ ମହିଳା ସ୍ୱାବଲମ୍ବୀ ହୋଇପାରିଥିବା କହିଥିଲେ। ଅନ୍ୟ ମାନଙ୍କ ମଧ୍ୟର ଏମ୍ବିକେ ସବିତା ଜେନା, ଜ୍ୟୋତ୍ସ୍ନା ବିଶ୍ୱାଳ, ନମିତା ମିଶ୍ର, ସୁକାନ୍ତି ଜେନା, ମମତା ବେହେରା, ଶୁଚିସ୍ମିତା ମହାପାତ୍ର ପ୍ରମୁଖ ଯୋଗଦେଇ ହୋଇ ସରକାରଙ୍କ ଦୁଇ ବର୍ଷ ପୁର୍ତ୍ତି ଅବସରରେ ଗ୍ରାମାଞ୍ଚଳରେ ପରିବର୍ତ୍ତନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ପଞ୍ଚାୟତରେ ଜିପିଏଲଏଫ ଦ୍ୱାରା ଉପକୃତ ହୋଇ ସ୍ୱାବଲମ୍ବୀ ହୋଇଥିବା ମହିଳା ମାନେ ମଧ୍ୟ ନିଜ ନିଜର ଦୁଃଖ ସମୟର କାହାଣୀ ବର୍ଣ୍ଣନା କରିଥିଲେ।
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l