କଟକରେ ରେଣୁ ଏର୍ଡଲି କେୟାରର ପ୍ରଥମ ବାର୍ଷିକ ଉତ୍ସବ, ବରିଷ୍ଠ ନାଗରିକ ସେବାକୁ ଗୁରୁତ୍ୱ
କଟକ, ୨୬/୦୬ ( କାହୁଁ ଚରଣ ବାରିକ ) : କଟକ ସିଡିଏ ସେକ୍ଟର–୯ ସ୍ଥିତ କଳିଙ୍ଗ ପ୍ୟାଲେସ ଠାରେ ରେଣୁ ଏର୍ଡଲି କେୟାର ପକ୍ଷରୁ ଏହାର ପ୍ରଥମ ବାର୍ଷିକ ଉତ୍ସବ ଆଜି ଆଡମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ବରିଷ୍ଠ ନାଗରିକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା, ଯତ୍ନ ଓ ସହଯୋଗ ଯୋଗାଇ ଦେବା କ୍ଷେତ୍ରରେ ଏହି ସଂସ୍ଥା ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବେଳେ ଏହାର ବାର୍ଷିକ ଉତ୍ସବ ଅବସରରେ ସେବା କାର୍ଯ୍ୟକ୍ରମର ସମୀକ୍ଷା ଓ ଭବିଷ୍ୟତ ଯୋଜନା ଉପସ୍ଥାପନ କରାଯାଇଥିଲା। କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବର ଶୁଭ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସୁଦୀପ୍ତ ନନ୍ଦ ଉପସ୍ଥିତ ରହି ବରିଷ୍ଠ ନାଗରିକମାନଙ୍କ ପାଇଁ ସୁସଂଗଠିତ ଓ ମାନବିକ ସେବା ବ୍ୟବସ୍ଥାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ବର୍ତ୍ତମାନ ସମାଜରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟ, ନିରାପତ୍ତା ଓ ମାନସିକ ସୁସ୍ଥତା ପ୍ରତି ବିଶେଷ ଯତ୍ନ ନେବା ଆବଶ୍ୟକ। ଏହି ଦିଗରେ ରେଣୁ ଏଲଡ୍ସ କେୟାର ନିଷ୍ଠାର ସହିତ କାର୍ଯ୍ୟ କରୁଥିବାରୁ ସେମାନେ ସଂସ୍ଥାର ପ୍ରଶଂସା କରିଥିଲେ।