Hot Posts

6/recent/ticker-posts

ନୀଳମଣି କଲେଜରେ ନୀରୋଗ ଓ ସୁସ୍ଥ ଜୀବନ ପାଇଁ ଯୋଗ ଶୀର୍ଷକ ଆଲୋଚନାଚକ୍ର l

ବାଲେଶ୍ୱର, ୨୪/୦୬ ( ପ୍ରଭାକର ମଲ୍ଲିକ ) :ସଦର ବ୍ଲକ ଅନ୍ତର୍ଗତ ରୂପସାସ୍ଥିତ ନୀଳମଣି ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସର ମିଳିତ ଆନୁକୁଲ୍ୟରେ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆନ୍ତର୍ଜାତିକ ଯୋଗଦିବସ ପାଳନ ଅବସରରେ ନୀରୋଗ ଓ ସୁସ୍ଥ ଜୀବନ ପାଇଁ ଯୋଗ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଗୌରାଙ୍ଗ ପଣ୍ଡା ସଭାପତିତ୍ୱ କରିବା ସହ ଚଳିତବର୍ଷର ବିଷୟବସ୍ତୁ "ନୀରୋଗ ଓ ସୁସ୍ଥ ଜୀବନ ପାଇଁ ଯୋଗ" ସମ୍ପର୍କରେ ଆଲୋଚନା କରିଥିଲେ। ଯୁବ ରେଡକ୍ରସ କାଉନସେଲର ଅଧ୍ୟାପକ ଶ୍ରବଣ ନାୟକ କାର୍ଯ୍ୟ କ୍ରମର ବିଷୟବସ୍ତୁ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରି ଥିବାବେଳେ ସ୍ୱେଚ୍ଛାସେବୀ ବୀଣାପାଣି ଗିରି ଅତିଥି ପରିଚୟ ପ୍ରଦାନ,ସୋହମ ସାହୁ ଓ ସଞ୍ଜୟ କୁମାର ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରାଧ୍ୟାପିକା ନୀଳିମା ପାତ୍ର, ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ହରେନ୍ଦ୍ର ଗାଣ ପ୍ରାକ୍ତନ କ୍ରୀଡ଼ା ଶିକ୍ଷକ ଜିତେନ୍ଦ୍ର ନାଥ ପ୍ରଧାନ ଓ ପ୍ରକୃତି ବନ୍ଧୁ ରବୀନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗ ଦେଇ ବ୍ୟାୟାମ, ଆସନ ଓ ଯୋଗର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ. ନିୟମିତ ଯୋଗ, ଆସନ, ବ୍ୟାୟାମ ଓ ପ୍ରାଣାୟାମ ଅଭ୍ୟାସ ମଣିଷକୁ ସୁସ୍ଥ ଓ ନୀରୋଗ ରଖିବାରେ ସହାୟକ ହୋଇଥାଏ ବୋଲି ଏହି କାର୍ଯ୍ୟକ୍ରମରେ ମତ ପାଇଛି। ଛାତ୍ରଛାତ୍ରୀ ମାନଙ୍କୁ ସୂର୍ଯ୍ୟ ନମସ୍କାର, ଆସନ ଓ ଯୋଗ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା। ସ୍ୱେଚ୍ଛାସେବୀ ବିଦ୍ୟା ସଗର ପ୍ରଧାନ, କାଜଲ ବାରିକ, ମଧୁସ୍ମିତା ପାତ୍ର, ପୂଜା ବିଶ୍ୱାଳ, ଲକ୍ଷ୍ମୀ ହାଁସଦା, ଜୁଲି ମହାକୁଡ ଓ ଶୁଭଶ୍ରୀ ମହାଳିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।ଶେଷରେ ରିଙ୍କି ମାଇତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।



ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l