ପାଇପ ଫାଟି ମେଡିକାଲ ରାସ୍ତାରେ ପାଣି ଜନ ଅସନ୍ତୋଷ l
ବାଲେଶ୍ୱର, ୨୪/୦୬ ( ପ୍ରଭାକର ମଲ୍ଲିକ ) : ବସ୍ତା ସରକାରୀ ଚିକିତ୍ସାଳୟ ସମ୍ମୁଖ ରେ ରାସ୍ତା ଉପରେ ପାଣିର ସୁଅ ଚାଲିଛି। ଚିକିତ୍ସାଳୟ ପାଇପ ଫାଟିଯିବା ଫଳରେ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାରେ ଜମା ହୋଇ ରହିଛି।ପାଣି ମନ୍ଦାଏ ପାଇଁ ଚାରିଆଡେ ହା ହାକାର ହେଉଥିବା ବେଳେ ବସ୍ତାରେ ପିଇବା ପାଣି ଅପବ୍ଯୟ ହେଉଥିବା ନଜରକୁ ଆଶିଛି।ଯାହାଫଳରେ ଯାନବାହାନ,ରୋଗୀ ସେହି ପାଣିରେ ଯାତାୟତ କରୁଛନ୍ତି।ସଦାନନ୍ଦପୁର ପଞ୍ଚାୟତ ମେଡିକାଲ ସମ୍ମୁଖରେ ବୃହତ ସ୍ବୋଛ ପାନୀୟ ଜଳ ଯୋଗାଣ କେନ୍ଦ୍ରରୁ ପାଇପ ଯୋଗେ ବିଭିନ୍ନ ସ୍ଥାନକୁ ସଂଯୋଗ ହୋଇଅଛି।ହେଲେ ମେଡିକାଲ ରାସ୍ତାରେ ପାଇପ ଫାଟି ଯିବା ଯୋଗୁଁ ପାଣି ରାସ୍ତାରେ ଚାଲିଛି।ପାଣି ଯୋଗାଉଥିବା ଚାଳକ ପାଣି ଆକଟ କରୁନାହିଁ କି ବିଭାଗୀୟ ଅଧିକାରୀ ଏହି ସମସ୍ଯା ଉପରେ ଧ୍ଯାନ ଦେଉନଥିବାରୁ ଯାତାୟତ ଲୋକଙ୍କ ମଧ୍ଯରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଭାଗୀୟ ଅଧିକାରୀ ଯଥାଶିଘ୍ର ପଦକ୍ଷେପ ନେଇ ମରାମତି କରିବାକୁ ସର୍ବସାଧାରଣରେ ଦାବି ହୋଇଛି।
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l