ଦୀର୍ଘ ୧୩ ବର୍ଷ ପରେ ଶିଶୁ କଲ୍ୟାଣ ସମିତି କୁ ମିଳିଲା ନିଜସ୍ୱ ସରକାରୀ ଭବନ l
ସୋନପୁର, ୨୯/୦୬ ( ଜଗଦିଶ ମେହେର ) : ଦୀର୍ଘ ୧୩ ବର୍ଷର ପ୍ରତୀକ୍ଷା ପରେ ଶିଶୁ କଲ୍ୟାଣ ସମିତି, ସୁବର୍ଣ୍ଣପୁର ର ନୂତନ ସରକାରୀ କାର୍ଯ୍ୟାଳୟ ଭବନ ଉଦ୍ଘାଟିତ ହୋଇଛି l ନୂତନ କାର୍ଯ୍ୟାଳୟ ଦ୍ୱାରା ଶିଶୁ ମାନଙ୍କ ସୁରକ୍ଷା,ଯତ୍ନ ଓ ପୁନର୍ବାସ ସମ୍ବନ୍ଧୀୟ କାର୍ଯ୍ୟ ଅଧିକ ସୁବିଧାଜନକ ଓ ସୁଚାରୁ ଭାବେ ସମ୍ପାଦିତ ହୋଇ ପାରିବ l ଉଦ୍ଘାଟିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସୁବର୍ଣ୍ଣପୁର ଡା. ନୃପରାଜ ସାହୁ ନାଲି ଫିତା କାଟି କାର୍ଯ୍ୟାଳୟ କୁ ଉଦ୍ଘଘାତନ କରିଥଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନେ ହେଲେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ, ଶିଶୁ କଲ୍ୟାଣ ସମିତି, ପୂର୍ବତନ ଶିଶୁ କଲ୍ୟାଣ ସମିତି ର ସଭ୍ୟ ରାଧେଶ୍ୟାମ ପଣ୍ଡା , ସାନ୍ତୁନୁ କୁମାର କର୍ଣ୍ଣ, ହେମନ୍ତ କୁମାର ସା, ଦିଲ୍ଲୀପ କୁମାର ମୁଖୀ, ସାମାଜିକ କର୍ମୀ ଗୋବିନ୍ଦ ମହାରଣା, ସଖୀ, ଉତ୍କଳ ବାଳାଶ୍ରମ ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ, ନୂତନ କାର୍ଯ୍ୟାଳୟ ଭବନ ଶିଶୁ ସୁରକ୍ଷା ଦିଗରେ ଏକ ନୂଆ ପଦକ୍ଷେପ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ l ଏହି ନୂତନ ସରକାରୀ କାର୍ଯ୍ୟାଳୟ ପାଇଁ ନୂତନ ଭାବେ ନିଯୁକ୍ତ ହୋଇଥିବା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷା ଲୀନା ବାବୁ, ସଦସ୍ୟା ଅଞ୍ଜଳି ନେଗି, ରଞ୍ଜିତା ସାହୁ, ସଦସ୍ୟ କେଶବ ଚନ୍ଦ୍ର ମେହେର ଓ ବ୍ରଜେନ୍ଦ୍ର କୁମାର୍ ବିଶି ସମସ୍ତେ ମିଶି ଜିଲ୍ଲାପାଳ ମହୋଦୟଙ୍କୁ ଲିଖିତ ଭାବେ ଜଣାଇ ଥିଲେ ଏବଂ ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ମହୋଦୟ ସମିତିର ଅଭିଯୋଗକୁ କଥା ରଖି ତାଙ୍କର ପ୍ରଚେଷ୍ଟା ଫଳରେ ଉକ୍ତ କାର୍ଯ୍ୟାଳୟ କୁ ମଞ୍ଜୁର କରିଥିଲେ l ପୂର୍ବରୁ ଭଡ଼ା ଘରେ କାର୍ଯ୍ୟାଳୟ ଚାଲୁ ଥିବାରୁ ବିଭିନ୍ନ ସମସ୍ୟା ଦେଖା ଦେଇ ଥିଲା ନୂତନ ସରକାରୀ ଭବନ ମିଳିବା ପରେ ଶିଶୁ ମାନଙ୍କ ହିତରେ ଶୁଣାଣି ଓ ଅନ୍ୟାନ୍ୟ କାର୍ଯ୍ୟ ଆହୁରି ଭଲ ଭାବରେ ହୋଇପାରିବ l ଏହି କାର୍ଯ୍ୟକ୍ରମ କୁ ଶିଶୁ କଲ୍ୟାଣ ସମିତିର ସମସ୍ତ ସଭ୍ୟା ଓ ସଭ୍ୟା ସମ୍ପାଦନ କରିଥିଲେ l