ବାଉଁଶଖୁଣ୍ଟ ପୋତାକୁକେନ୍ଦ୍ର କରି ଦାଦାର ବାଉଁଶ ଆଘାତରେ ଝିଆରୀ ମୃତ।
ଭଦ୍ରକ ୨୬/୦୬ ( ନବଦୂତ ) : ଭଦ୍ରକ ଜିଲା ବାସୁଦେବପୁର ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଅଘଟଣ।ସୂଚନା ଖବର ଅନୁଯାଇ ବାସୁଦେବପୁର ପୌରପାଳିକା ୨୨ନମ୍ଵର ୱାର୍ଡ ଗୋପାଳପୁର ଗ୍ରାମରେ ମୃତକ ମହିଳା କେନ୍ଦ୍ରାପଡା ଜିଲା ରାଜକନିକା ନିବାସୀ ସସ୍ମିତା ପରିଡା ଆଜକୁ ସେ କିଛିବର୍ଷଧରି ନିଜ ବାପଘରେ ରହି ଆସୁଥିଲେ। ତେବେ ଗତ କାଲି ଘର ଦାଣ୍ଡରେ ଦାଦା ଏକ ବାଉଁଶ ଖୁଣ୍ଟ ପୋତିବା କୁ କେନ୍ଦ୍ରକରି ଝିଆରୀ ଓ ଦାଦା ମଧ୍ୟରେ ବହୁ ଯୁକ୍ତିତର୍କ ସହ ଅଧିକ ସମୟ ଧରି ଝଗଡା ହୋଇଥିଲା। ଦାଦା ଅଧିକ ରାଗିଯାଇ ପୋତୁଥିବା ବାଉଁଶ ଖୁଣ୍ଟକୁ ଉଠାଇ ଝିଆରୀ କୁ ଆଘାତ କରିଥିଲା। ଫଳରେ ଝିଆରୀ ତଳେପଡି ଅଚେତ ହୋଇ ଯାଇଥିଲା ତୁରନ୍ତ ପରିବାର ଲୋକେ ତାକୁ ବାସୁଦେବ ପୁର ଡାକ୍ତର ଖାନାରେ ଭର୍ତି କରାଇ ଥିଲେ।କିଛିସମୟ ପରେ ଡାକ୍ତର ପରୀକ୍ଷା କରି ଝିଆରୀ ମୃତ ବୋଲି ଘୋଷଣା କରିଥିଲେ। ଝିଆରୀ ମୃତ ବୋଲି ଜାଣିବାପରେ ପରିବାର ଲୋଜେ ବାସୁଦେବ ପୁର ଥାନାରେଏକ ଲିଖିତ ରତଲା ଦେଇଥିଲେ। ଏତଲା ପାଇ ବାସୁଦେବପୁର ପୋଲିସ ଡାକ୍ତର ଖାନାରେ ପହଂଚି ଘଟଣାର ସମସ୍ତ ବିବରଣୀ ତଦନ୍ତ କରୁଥିବାର ସୂଚନା ମିଳିଛି। ଅନ୍ୟପଟେ ଆକ୍ରମଣ କାରି ଦାଦା ଘରୁ ଫେରାର ଥିବାର ସୂଚନା ମିଳିଛି।