Hot Posts

6/recent/ticker-posts

ବ୍ୟାସକବି ସାଂସ୍କୃତିକ ଅନୁଷ୍ଠାନର ରକ୍ତଦାନ ଶିବିର ପ୍ରସ୍ତୁତି ବୈଠକ l

ବାଲେଶ୍ୱର, ୨୭/୦୬ ( ପ୍ରଭାକର ମଲ୍ଲିକ ) : ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ସ୍ଥିତ ବ୍ୟାସକବି ସାଂସ୍କୃତିକ ଅନୁଷ୍ଠାନ ଓ ଓଡ଼ିଶା ରକ୍ତଦାତା ସଂଘର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛା ରକ୍ତଦାନ ଶିବିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବ୍ୟାସକବି ସାଂସ୍କୃତିକ ଅନୁଷ୍ଠାନର ସଭାପତି ମହେନ୍ଦ୍ର କୁମାର ସାହୁ ସଭାପତି ତ୍ୱ କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସମ୍ପାଦକ ଅନିଲ କୁମାର ସାହୁ ସ୍ୱେଚ୍ଛା ରକ୍ତଦାନ ଶିବିର ଆୟୋଜନର ଆଭି ମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ପ୍ରତ୍ୟୁଷ ପ୍ରଧାନ, କିଶୋର କୁମାର ସାହୁ ଓ ସଞ୍ଜୟ କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ସମ୍ମାନିତ ଅତିଥି ଭାବରେ ପ୍ରାକ୍ତନ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଗୌରାଙ୍ଗ ପଣ୍ଡା ଓ ସୁବର୍ଣ୍ଣରେଖା ମହାବିଦ୍ୟାଳୟର ପ୍ରୋଗ୍ରାମ ଅଫିସର ଡ.ପ୍ରେମାନନ୍ଦ ସେଠୀ ଯୋଗଦେଇ ସ୍ଵେଚ୍ଛା ରକ୍ତଦାନର ମହତ୍ତ୍ୱ ଓ ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ।ରକ୍ତଦାନ ଶିବିରରେ ରକ୍ତଦାନ କରିଥିବା ବ୍ୟକ୍ତିର ସ୍ୱାସ୍ଥ୍ୟଗତ ଉନ୍ନତି ହେବା ସହ ସେ ଜୀବନ ବଞ୍ଚାଇବାରେ ସହାୟକ ହୋଇଥାନ୍ତି ବୋଲି ଏହିଡ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି।ଏହି ଶିବିର ଚଳିତ ଜୁନ୍ ମାସ ୨୮ ତାରିଖ ରବିବାର ଦିନ ସକାଳ ୧୦ ଘଟିକାରୁ ୨ ଘଟିକା ପର୍ଯ୍ୟନ୍ତ ହଳଦୀପଦା ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ବୋଲି ସଭାପତି ଶ୍ରୀଯୁକ୍ତ ସାହୁ ସୂଚନା ପ୍ରଦାନ କରିଛନ୍ତି।ଭବାନୀ ଶଙ୍କର ନାୟକ, ରୁଦ୍ର ନାରାୟଣ ସାହୁ ଓ ସନ୍ତୋଷ କୁମାର ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଶୋକ କୁମାର ସାହୁ, ଶୁଭଙ୍କର ସାହୁ ଓ ରୁଦ୍ର ଜେନା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଶିବିରରେ ସ୍ଵେଚ୍ଛା ରକ୍ତଦାତା ମାନଙ୍କୁ ଯୋଗ ଦେଇ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାକୁ ବ୍ୟାସ କବି ସାଂସ୍କୃତିକ ଅନୁଷ୍ଠାନ ତରଫରୁ ନିବେଦନ କରାଯାଇଛି। ଶେଷରେ ସଦସ୍ୟ ଆଦିତ୍ୟ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।



ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l