ମହାତ୍ମାଗାନ୍ଧୀ ଚକ୍ଷୁଚିକିତ୍ସାଳୟ ପକ୍ଷରୁ ଡ୍ରାଇଭରମାନଙ୍କୁ ମାଗଣାରେ ଚଷମା ବଣ୍ଟନ l
ବାଲେଶ୍ୱର, ୧୨/୦୬ ( ପ୍ରଭାକର ମଲ୍ଲିକ ) : ଶୁକ୍ରବାର ଅମର୍ଦାରୋଡ ଷ୍ଟେସନ ସମ୍ମୁଖରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ସ୍ଥିତ ମହାତ୍ମାଗାନ୍ଧୀ ଚକ୍ଷୁଚକିତ୍ସାଳୟ ପକ୍ଷରୁ ମାଗଣା ଚଷମା ବଣ୍ଟନ କରାଯାଇଛି।ସୂଚନା ଥାଉକି ଯେ, ଶୁକ୍ରବାର ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳାୟ ନିର୍ଦ୍ଦେଶକ ଡ: ଆଦିତ୍ୟ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅମର୍ଦାରୋଡ ନଟାକଟା ପଞ୍ଚାୟତ ସ୍ଥିତ ଷ୍ଟେସନ ସମ୍ମୁଖରେ ଏକ ମାଗଣା ଚଷମା ବଣ୍ଟନ କ୍ୟାମ୍ପ ଅନୁଷ୍ଠିତ ହୋଇ ଥିଲା।ଉକ୍ତ କ୍ୟାମ୍ପ ଶାଖା ପରିଚାଳକ (କୋଡ଼ିନେଟର) ରଞ୍ଜନ କୁମାର ନାୟକଙ୍କ ତତ୍ବାବଧlନରେ ଅପଟୋମେଟ୍ରିକ ଉର୍ମିଳା ମାହାନ୍ତ,ଓଁକାର ମାହାନ୍ତ ଓ ଭାଗବତ ମାହାନ୍ତ ପ୍ରମୁଖ ଉପସ୍ଥିତ ରହି ଡ୍ରାଇଭରମାନଙ୍କ ପରୀକ୍ଷା ନିରୀକ୍ଷା କରିବା ସହିତ ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ କରି ୬୦ ଜଣ ଡ୍ରାଇଭରଙ୍କୁ ପରୀକ୍ଷା କରିଥିବା ବେଳେ ୪୦ ଜଣ ଦ୍ରାଇଭରଙ୍କୁ ମାଗଣା ଚଷମା ବଣ୍ଟନ କରିଥିଲେ। ୨୦ ଜଣଙ୍କ ପରୀକ୍ଷା କରାଯାଇଥିଲା ସମସ୍ତଙ୍କ ଆଖି ଠିକ ଥିବା ପରିଚାଳକ ଶ୍ରୀ ନାୟକ ପ୍ରକାଶ କରିଛନ୍ତି। ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳୟର ଏପରି ଗରିବ ଗୁରୁବା ଚାଳକ ମାନଙ୍କୁ ବିନା ପଇସାରେ (ମାଗଣା) ଚଷମା ବଣ୍ଟନ ସ୍ଥାନୀୟ ଜନସାଧାରଣ ଓ ଡ୍ରାଇଭର ମାନେ ପ୍ରଶଂସା କରିଥିଲେ l
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l