Hot Posts

6/recent/ticker-posts

ଫ୍ରେଣ୍ଡସ ଏମ ଜି ଏଫ ୱାକରସ କ୍ଲବ ତରଫ ରୁ ରକ୍ତ ଦାନ ଶିବର 50 ୟୁନିଟ ରକ୍ତ ସଂଗୃହୀତ

ରାୟଗଡ଼ା, ୦୭/୦୬ ( ଭି. ଗୌରି ଶଙ୍କର ରାଓ ) : ଆଜି ରାୟଗଡ଼ା ସ୍ଥାନୀୟ ଲୋଟସ ପାରାଡାଇସ୍ ମଣ୍ଡପ ରେ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ରବିବାର ଦିନ ଅନୁଷ୍ଠିତ ହେଇ ଯାଇଚି। ଫ୍ରେଣ୍ଡସ ଏମ ଜି ଏଫ୍ ୱାଲ୍କର କ୍ଲବ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ବହୁ ଉତ୍ସାହ ଦେଖିବାକୁ ମିଳିଥିଲା ।ଏହି ରକ୍ତଦାନ ଶିବର ଫ୍ରେଣ୍ଡ୍ ଏମ ଜି ଏଫ୍ କ୍ଲବ ସଦସ୍ୟ ଦ୍ୱାରା ପରିଚାଳନା କରା ଯାଇଥିଲା।କମିଟି ସଦସ୍ୟ ନିଜ ବକ୍ତବ୍ୟ ରେ କହିଥିଲେ ରକ୍ତଦାନ ମହତ୍ ଦାନ କହିଥିଲେ। ରକ୍ତ ଦାନ ହଉଚି ମହତ୍ ଦାନ ।ଏହି ଶିବିର ରେ ମୋଟ 50 ୟୁନିଟ ସଂଗ୍ରହ କରାଯାଇ ଥିଲା । ଯୁବକ ଓ ମହିଳା ମାନେ ଆଗ୍ରହ ର ସହ ରକ୍ତଦାନ କରି ଥିଲେ।ଏହି ରକ୍ତଦାନ ଶିବିର ସଂଘ ର ସଭାପତି ଶ୍ରିହରି ମୋନିଂ,ସମ୍ପାଦକ କେ ଶ୍ରୀଧର, କୋଷାଧ୍ୟକ୍ଷ ଲାଡିନୁକା ରାଜୁ,ଏଲ ଚନ୍ଦ୍ର ଶେଖର ପୂର୍ବତନ ସଭାପତି ପୂର୍ବ ରୁ 41 ଥର ରକ୍ତଦାନ କରି ଥିଲେ। ଜାମୀ ଗୌରୀ ପ୍ରାସାଦ ଭି ଭାସ୍କର ରାଓ ସଂଘ ର 30 ରୁ ଉର୍ଦ୍ଧ୍ ସଦସ୍ୟ ଦ୍ୱାରା ରକ୍ତ ଦାନ ଶିବିର କରା ଯାଇ ଥିଲା।ଏହି ଶିବିର ରେ ଜିଲ୍ଲା ମୂଖ୍ୟ ଚିକିତ୍ସା ଲୟ ର ଡାକ୍ତର ସୁଦୀପ୍ତ ରାମ, ସରଜ କାନ୍ତ ଆଚାର୍ଯ୍ୟ,ଜଗନ୍ ରାଜ ପଟ୍ଟନାୟକ,ଉମାକାନ୍ତ ମିଶ୍ର,ଶଙ୍କର ତାଡ଼ିଙ୍ଗି ଦ୍ୱାରା ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ରକ୍ତ ସଂଗ୍ରହ କରୁଥିଲେ।ପରି ଶେଷ ରେ ରକ୍ତଦାତା ମାନଙ୍କୁ ପ୍ରମାଣ ପତ୍ର ଓ ଉପହାର ପ୍ରଦାନ କରାଯାଇ ଥିଲା।