Hot Posts

6/recent/ticker-posts

୨୦୧୦ ବ୍ୟାଚ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଓ ଶିକ୍ଷକ ସମ୍ମାନ ସମାରୋହ।


ଯାଜପୁର, ୦୮/୦୬ ( ନିରୋଜ କୁମାର ସେଠୀ ) : ଯାଜପୁର ବ୍ଲକ ଅର୍ନ୍ତଗତ ଆଜି ରୁଦ୍ର ଚରଣ ଉଚ୍ଚ ନ୍ୟାୟାଳୟ ପରିସର ମଧ୍ୟରେ ୨୦୧୦ ବ୍ୟାଚର ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୁରୁଣା ସ୍କୃତିକୁ ଅନେକ ଅନୁଭୁତି ପୁଣିଥରେ ଏକାଠି ହେବାର ଅବସର ସମୟ।ଯୋଗ ଦେବାର ନିଆରା ପରମ୍ପରା ଗୁରୁ ଓ ଶିଷ୍ୟ ମାନଂକ ମଧ୍ୟରେ ନିବିଡ଼ ସମ୍ପର୍କ ଆଜି ଏ ପରମ୍ପରା ନିଆରା ଢଙ୍ଗରେ ଦେଖିବାକୁ ମିଳିଥିଲା ରୁଦ୍ର ଚରଣ ଉଚ୍ଚ ବିଦ୍ୟାଳୟରେ। ବିଦ୍ୟାଳୟ ର ପୁରାତନ ଛାତ୍ର ଛାତ୍ରୀ ମାନେ ଜଣ ଜଣ କରି ଶିକ୍ଷକ ମାନଙ୍କୁ ସଭା ମଞ୍ଚକୁ ଡାକି ଯଥାବିଧି ପୂଜାର୍ଚ୍ଚନା କରି ସମ୍ମାନ ଜଣାଇ ମାନପତ୍ର ସହ ଉତ୍ତରୀୟ ପ୍ରଦାନ କରିବା ସହିତ ଗୁରୁ ମାନଂକର ଦୀର୍ଘାୟୁ ଜୀବନ କାମନା କରିବା ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଉକ୍ତ ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ଦତ୍ତ ସଭାପତିତ୍ବ କରିଥିଲ। ମୁଖ୍ୟ ଅତିଥି ଭାବେ ସ୍କୁଲ ର ପୂର୍ବତନ ପ୍ରଧାନ ଶିକ୍ଷକ ବ୍ରଜବନ୍ଧୁ ଶତପଥୀ ଯୋଗଦେଇ କହିଲେ ମୋର ଶିକ୍ଷକତା ଜୀବନ ଆଜି ସାର୍ଥକ ହୋଇଛି କାରଣ ଶିକ୍ଷକତା କଲା ଭିତରେ କେତେ କେତେ ପିଲାଙ୍କୁ କଷ୍ଟ ଦେଇଛି,ଦୁଃଖ ଦେଇଛି ତାହା ଆଜି ମୋତେ ଭାରୀ ଦୁଃଖ ଲାଗୁଛି ତାହା ଆଜି ଏହି ମଞ୍ଚରେ ମୁଁ ପରିପ୍ରକାଶ କରି ଆଶା କରୁଛି ତୁମ ପରିବାର ଓ ପିଲା ଛୁଆ ମାନଂକ ଙ୍କୁ ଜଗନ୍ନାଥ ଭଲରେ ସଦା ସର୍ବଦା ରଖନ୍ତୁ ଏହାହିଁ ମୋର କାମନା। ସ୍କୁଲର ପୁରାତନ ଛାତ୍ର ଦେବେନ୍ଦ୍ର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ।ଶିକ୍ଷକ କୈଳାଶ ଚନ୍ଦ୍ର କର,ନଟବର ବେହେରା,ବାସୁ ଦେବ ସେନାପତି, ପିଲା ମାନଂକର କାର୍ଯ୍ୟ ଶୈଳି,ଉପରେ ନିଜ ନିଜର ବକ୍ତବ୍ୟ ରଖି ଥିଲେ।ଅନ୍ୟ ମାନଂକ ମଧ୍ୟରେ ସ୍କୁଲ କମିଟିର ସଭାପତି ସରତ ଚନ୍ଦ୍ର ବେହେରା କାର୍ଯ୍ୟ ର ଦାୟିତ୍ବ ନିର୍ବାହ କରୁଥିଲେ। ପୁରାତନ ଛାତ୍ର, ଛାତ୍ରୀ ମାନଙ୍କ ମଧ୍ୟରେ ନିଳକଣ୍ଠ ସାହୁ, ପ୍ରଶାନ୍ତ ପରିଡ଼ା, ବିକାଶ ଜେନା, ଦୀପକ୍ ଜେନା ,ପ୍ରଦିପ ରାଉତ,ସ୍କୃତି ଲିପି ରାଉତ,ରୁବିନା ବାରିକ, ଦିବ୍ୟ ଶକ୍ତି ବିଶ୍ଵାଳ,ଗିରିଜା ଶଙ୍କର ବିଶ୍ଵାଳ, ସୁଧାଂଶୁ ଶେଖର ଦାସ୍।ସେହ୍ନାସିନି ସେଠୀ, ନମିତା ସେଠୀ ପ୍ରମୁଖ ପୁରାତନ ଛାତ୍ର ଛାତ୍ରୀ ଉତ୍ସାହିତ ଥିବାର ଲକ୍ଷ୍ୟ କରାଯାଇ ଥିଲା।