ବିଧାୟକଙ୍କ ଉଦ୍ୟମ ଯୋଗୁଁ ଲୋକେ ପାଇଲେ ପାନୀୟ ଜଳ
ବରୀ, ୦୭/୦୬ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଅନ୍ତର୍ଗତ ରତ୍ନଗିରି ପଞ୍ଚାୟତ ଏକ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଏହି ପଞ୍ଚାୟତର ବିଭିନ୍ନ ଗ୍ରାମରେ ପାନୀୟ ଜଳ ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ବିଶେଷକରି ଖରାଦିନ ହୋଇ ଥିବାରୁ ନଳ କୂପ ନିକଟରେ ପାନୀୟ ଜଳ ସଂଗ୍ରହ ପାଇଁ ଲୋକ ମାନଙ୍କୁ ଲମ୍ବା ଲାଇନରେ ଛିଡା ହୋଇ ପାନୀୟ ଜଳ ସଂଗ୍ରହ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଥିଲା। ଏହି ଘଟଣା ବିଧାୟକଙ୍କ ନଜରକୁ ଆସିବା ପରେ ବିଧାୟକ ବିଶ୍ଵ ରଞ୍ଜନ ମଲ୍ଲିକ, ବରୀ ମଣ୍ଡଳ ଉନ୍ନୟନ ଅଧିକାରୀ ମିନତି ଜଗଦେବ, ତହସିଲଦାର ଦିପ୍ତିମାୟୀ ବେହେରା, ବରୀ ଥାନା ଅଧିକାରିଣୀ ହେମଲତା ଦାସ ଓ ସହକାରୀ ଯନ୍ତ୍ରୀ ଜ୍ଞାନ ରଞ୍ଜନ ପ୍ରଧାନ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ, ଘଟଣା ଅନୁଧ୍ୟାନ ପରେ ବିଧାୟକ ଶ୍ରୀ ମଲ୍ଲିକ ଏକ ଘଣ୍ଟା ମଧ୍ୟରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇବା ସହ ତୁରନ୍ତ ସ୍ଥାୟୀ ସମାଧାନ କରିବାକୁ ତାଗିଦ୍ କରିଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ବ୍ଲକ ପ୍ରଶାସନ ପକ୍ଷରୁ ଏହି ପଞ୍ଚାୟତର ପାନୀୟ ଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକ ମାନଙ୍କ ପାଇଁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇବା ଏବଂ ସ୍ଥାୟୀ ସମାଧାନ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ବିଧାୟକଙ୍କର ଏତାଦୃଶ୍ୟ କାର୍ଯ୍ୟକୁ ଗ୍ରାମବାସୀ ମାନେ ପ୍ରଶଂସା କରିଛନ୍ତି। ବିଧାୟକ ଶ୍ରୀ ମଲ୍ଲିକ ଙ୍କ ସହିତ ବ୍ଲକ ବିଜେଡି ସଭାପତି କେଦାର ସାମଲ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ ଓ ପ୍ରସନ୍ନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।