Hot Posts

6/recent/ticker-posts

ବିଶ୍ୱ ପରିବେଶ ଦିବସ-୨୦୨୬ ପାଳିତ

ଲଇକେରା, ୦୬/୦୬ ( ନବଦୂତ ) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡିଶା ଝାରସୁଗୁଡା ଆନୁକୂଲ୍ୟରେ ପିଏମଶ୍ରୀ କେବିଜେ ଉଚ୍ଚ ବିଦ୍ୟାଳୟ ଲଇକେରା ଠାରେ ତା,୫.ଜୁନ.୨୦୨୬ ମସିହା ଶୁକ୍ରବାର ଦିନ ବିଶ୍ୱ ପରିବେଶ ଦିବସ -୨୦୨୬ ପାଳିତ ହୋଇଯାଇଛି ।ଏହି ଅବସରରେ ମୂଖ୍ୟ ଅତିଥି ଭାବରେ ରାଜ୍ୟ ପ୍ରଦୂଷଣ ବୋର୍ଡ ଓଡିଶା ଝାରସୁଗୁଡାର ଆଞ୍ଚଳିକ ଅଧିକାରୀ ହିରଣ୍ଯ କୁମାର ନାୟକ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ସଚେତନ ବାର୍ତ୍ତା ପ୍ରେରଣ କରିଥିଲେ ‌।ବିଶିଷ୍ଟ ଅତିଥି ରୂପେ ଦୀପକ ଅଗ୍ରୱାଲ ନିର୍ଦ୍ଦଶକ, ମେସର୍ସ ଓରିଅମ୍ ଗ୍ରୁପ,ସମ୍ମାନିତ ଅତିଥି ଭାବରେ ଅନୁଶା ଏକ୍କା ପରିବେଶ ବୈଜ୍ଞାନିକ,ପିଏମଶ୍ରୀ କେବିଜେ ସରକାରୀ ଉଚ୍ଚ ବିଦ୍ଯାଳୟ ର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ପଟେଲ ଏବଂ ଏବିଇଓ ଜନ୍ମାଜୟ ନାଏକ ଯୋଗଦେଇଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସୁରକ୍ଷା ପାଇଁ ଯତ୍ନବାନ ହେବାକୁ ଉପଦେଶ ଦେଇଥିଲେ ।ଏହାପରେ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ବକୃତା ପ୍ରତିଯୋଗୀତା ରେ ସଫଳତା ପ୍ରାପ୍ତି କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।ଚିତ୍ରାଙ୍କନ ପ୍ରତିଯୋଗିତାରେ ପିଏମଶ୍ରୀ କେବିଜେ ସରକାରୀ ଉଚ୍ଚ ବିଦ୍ୟାଳୟ ଲଇକେରା ଦଶମ ଶ୍ରେଣୀ ଛାତ୍ରୀ ସୋନାଲୀ ବେହେରା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଲିପସା କିସାନ ଅଷ୍ଟମ ଶ୍ରେଣୀ ଛାତ୍ରୀ ଓଏଭି ମୁନ୍ଦ୍ରାଯୋର ଏବଂ ରଶ୍ମିତା କିସାନ ଦଶମ ଶ୍ରେଣୀ ଛାତ୍ରୀ ଓଏଭି ମୁନ୍ଦ୍ରାଯୋର ତୃତୀୟ ସ୍ଥାନ ଅଧିକାର କରିଥିଲେ ।ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡିଶା ଝାରସୁଗୁଡା ର ପରିବେଶ ସଚେତନତା ଓ ପରିବେଶ ଶିକ୍ଷା ଅଧିକାରୀ ସମ୍ୱିତ କୁମାର ମୁଣ୍ଡାଙ୍କ ତତ୍ତ୍ୱାବଧାନରେ ସମସ୍ତ କୃତୀ ଛାତ୍ରଛାତ୍ରୀ ଏବଂ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ‌।ଏହାପରେ ପରିବେଶ ସୁରକ୍ଷା ପାଇଁ ସାମୁହିକ ଶପଥ ପାଠ କରିଥିଲେ ।ସଭାକାର୍ଯ୍ଯ ଶେଷରେ ବିଦ୍ୟାଳୟ ଖେଳ ପଡିଆରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ପିଏମଶ୍ରୀ କେବିଜେ ସରକାରୀ ଉଚ୍ଚ ବିଦ୍ୟାଳୟ ଲଇକେରା ର ସହକାରୀ ଶିକ୍ଷକ ଚୈତନ୍ଯ କଣ୍ଟା ମଞ୍ଚ ପରିଚାଳନା କରିଥିବାବେଳେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ କଲ୍ଯାଣୀ ଏକ୍କା ଧନ୍ୟବାଦ ଅର୍ପଣ କରିଥିଲେ ।