Hot Posts

6/recent/ticker-posts

ଥେଙ୍ଗ ଡିହା ଗ୍ରାମରେ ରଜ ପର୍ବ ପାଳନ l

ବାଲେଶ୍ୱର, ୧୫/୦୬ ( ପ୍ରଭାକର ମଲ୍ଲିକ ) : ଓଡିଶାର ଗଣପର୍ବ ରଜ ପାଇଁ ଉତ୍ସବମୁଖର ହୋଇ ଉଠିଛି ପୂରପଲ୍ଲୀ, ରଜପାନ ସାଙ୍ଗକୁ ଘରେ ଘରେ ପୋଡପିଠା, ମିଠା ବାସ୍ନା ରେ ମହକୁଛି ପରିବେଶ,ପାଦରେ ଅଳତା, ମଥାରେ ଟିପି ଟିପି କୁଙ୍କୁମ, ନୂଆ ବସ୍ତ୍ର ପିନ୍ଧି ରଜ ଦୋଳି ର ମଜା ନେଉଛନ୍ତି ସମସ୍ତେ,ବର୍ଷକୁ ଥରେ ଆସୁଥିବା ଏହି ଗଣପର୍ବ ଖାଲି ଗୋଟିଏ ଉତ୍ସବ ନୁଂହେ ନୁହେଁ ଏହା ମାଟି ଓ ମାତୃତ୍ବ ପ୍ରତି ଥିବା ସମ୍ମାନର ଏକ ଜୀବନ୍ତ ପ୍ରତୀକ,ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅନ୍ତର୍ଗତ ଥେଙ୍ଗଡିହା ଗ୍ରାମରେ ଅତ୍ଯନ୍ତ ଆନନ୍ଦ ଉଲ୍ଲାସର ସହ ଏହି ରଜ ଉତ୍ସବ କୁ ପାଳନ କରା ଯାଉଥିବା ବେଳେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ଯ, କୁମାରୀ ଝିଅ ମାନେ ଘର ଘର ବୂଲି ରଜପାନ ସାଙ୍ଗକୁ ଗୋଟିଏ ଲେଖାଏ ଗଛ ଚାରା ବଣ୍ଟନ କରୁଛନ୍ତି, ଏହାସହ ସମସ୍ତଙ୍କୁ ପରିବେଶ ସଚେତନତା ର ବାର୍ତ୍ତା ବାଣ୍ଟୁଛନ୍ତି, ଗଛ ଲଗାନ୍ତୁ ପରିବେଶ କୁ ରକ୍ଷା କରନ୍ତୁ, ପରମ୍ପରା କୁ ବଞ୍ଚାଇ ରଖିବା ସହିତ ପରିବେଶ କୁ ବଞ୍ଚାଇ ରଖିବା ପାଇଁ ଲୋକ ମାନଙ୍କୁ ଅନୁରୋଧ କରୁଛନ୍ତିl




ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l