ବାଲେଶ୍ୱର, ୧୫/୦୬ ( ପ୍ରଭାକର ମଲ୍ଲିକ ) : ସଦର ବ୍ଲକ ଅନ୍ତର୍ଗତ ଛାନୁଆ ପଞ୍ଚାୟତ ଅଧିନସ୍ଥ ସୋଲପଟା ଗ୍ରାମରେ ତିନି ଦିନ ବ୍ୟାପୀ ପଞ୍ଚମୀ ବାଡ଼ିରେ ଧୁମଧାମରେ ଗାଁ ଝିଅ, ବୋହୁମାନଙ୍କୁ ନେଇ ସରସ୍ବତୀ କ୍ଳବର ସଦସ୍ୟ ଗଣ ରଜ ଉତ୍ସବ ପାଳନ କରିଛନ୍ତି। ଚଳିତ ବର୍ଷ *ଆମ ଗାଁ କନିଆଁ ଜିଣିବ ସାରା ଦୁନିଆଁ* ଚିନ୍ତାକଳ୍ପରେ ନାନାଦି ପ୍ରକାରର ଖେଳ ଯେ ପରିକି, ପୁଚି,ଡିଆଁ ଦୌଡ଼ି, ବାଉଁଶ ଖେଳ, ଜୋତା ସଜଡ଼ା, ବୋରା ଦୌଡ, ଲୁଡୋ, ଶଙ୍ଖ ଫୁଙ୍କା, ତାସ, ବଲ ପାସ, ମ୍ୟୁଜିକ ଚେୟାର, ରଙ୍ଗୋଲି ଆଦି ଅନେକ ଗୁଡିଏ ଖେଳ ଓ ପ୍ରତିଯୋଗିତାମାନ ଜୁନ ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ କରାଯାଇଥିଲା। ସବୁଠାରୁ ବିଶେଷ ଆକର୍ଷଣ ଥିଲା ରଜ ବିୟୁଟି ପ୍ରତିଯୋଗିତା।ଯେଉଁଥିରେ ମେହେନ୍ଦି, ମୁଣ୍ଡ କୁଣ୍ଡାଇବା , ରଙ୍ଗୋଲି, ସୌନ୍ଦର୍ଯ୍ୟ ପ୍ରଦର୍ଶନ ଓ ନୃତ୍ୟ ପରିବେଷଣ ଆଦି ଅତ୍ୟନ୍ତ ମନ ମୁଗ୍ଧକର ଥିଲା। ଗ୍ରାମାଞ୍ଚଳରେ ବାସ କରୁଥିବା ବିବାହିତା ମହିଳା ଏବଂ କୁଆଁରୀ କନ୍ୟାମାନେ ବେଶ ଆଗ୍ରହ ସହକାରେ ଉପରୋକ୍ତ ପ୍ରତିଯୋଗିତାରେ ଭାଗ ନେବାରେ ନଜିର ଥିଲା |ଏଥି ସହିତ ପୁରୁଷ ବିଭାଗରେ ଦୌଡ, ତାସ, ଲମ୍ଫ ପ୍ରଦାନ, ବଳ ମାପ, କବାଡି, ଭଲି ଆଦି ପ୍ରତିଯୋଗିତାମାନ ଆୟୋଜିତ କରାଯାଇଥିଲା ।ଲୋପ ପାଇଯାଉଥିବା ପରମ୍ପରାକୁ ପୁଣି ଥରେ ରୁଦ୍ଧିମନ୍ତ କରା ଇବା ଏବଂ ପର ପିଢ଼ିକୁ ଉତ୍ସାହିତ କରିବା ଦିଗରେ ଏହି ଗ୍ରାମର ମହିଳା ମାନଙ୍କ ଉପସ୍ଥିତି ଅତ୍ୟନ୍ତ ପ୍ରଶଂସନୀୟ ଥିଲା। ଏହି ଅବ ସରରେ ଗାଁର ବୟଜ୍ୟେଷ୍ଠ ବ୍ୟକ୍ତି ବିଶେଷଙ୍କ ଦ୍ୱାରା କାର୍ଯ୍ୟକ୍ରମ ଶେଷରେ ସମସ୍ତ କୃତି ପ୍ରତିଭାଗୀ ମାନଙ୍କୁ ପୁରସ୍କାର ବିତରଣ କରାଯିବା ସହ ରଜ ବିୟୁଟି ମାନଙ୍କୁ ଅଳଙ୍କାର ପ୍ରଦାନ କରାଯାଇ ଥିଲା ସଦସ୍ୟ ଶ୍ରୀ ଅକ୍ଷୟ କୁମାର ଦାସ ଅଧିକାରୀ ଏବଂ ସମ୍ପାଦକ କାଳି ଚରଣ ମହାଳିକଙ୍କ ତତ୍ୱାବଧାନରେ ରାଜା, ସନ୍ତୋଷ, ଦେବା ଶିଷ, ଅଗଣା, ସୁଦର୍ଶନ, କାର୍ତ୍ତିକ, ଅନାମ, ମାନସ ପ୍ରମୁଖ ପ୍ରତିଯୋଗି ତାକୁ ପରିଚାଳନା କରିଥିବା ବେଳେ ବିନୁ, ଗଜେନ୍ଦ୍ର, ଗୌର ଶଙ୍କର, ଲଷ୍ମୀଧର, ରତ୍ନାକର, ଗଜେନ୍ଦ୍ର, ମାନସ, ହରିଶ୍ଚନ୍ଦ୍ର, ପୁରୁଷୋତ୍ତମ ପ୍ରମୁଖ ସହଯୋଗ କରିଥିଲେ।
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
