ବିଶମକଟକରେ ଅନାଥ ଓ ଅସହାୟ ଶିଶୁ ଚିହ୍ନଟ ପାଇଁ ସ୍ୱତନ୍ତ୍ର ସର୍ଭେ କ୍ୟାମ୍ପ, ୪୩ ଶିଶୁ ଚିହ୍ନଟ
ରାୟଗଡ଼ା, ୦୧/୦୬ ( ଭି. ଗୌରି ଶଙ୍କର ରାଓ ) : ଚଳିତ ମାସ ତାରିଖ ୧.୦୬.୨୦୨୬ ରିଖ ଗସମବାର ଦିନ ସକାଳ ୮ ଘଣ୍ଟା ଠାରୁ ସନ୍ଧ୍ୟା ୪ ଘଣ୍ଟା ପର୍ଯ୍ୟନ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାଦେବ ଚି଼ଛୁଆନ ଙ୍କ ଅଧ୍ୟକ୍ଷତା ରେ, ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋରଞ୍ଜନ ବାଘ, କଲ୍ୟାଣସିଂପୁର ସିପରର୍ଭିସର ଜୟଲଷ୍ମୀ , ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ନୀଏକ ଏବଂ ଦୁଇଜଣ ସଦସ୍ୟ ଓ ସଦସ୍ୟା ଶ୍ରୀ ଘନଶ୍ୟାମ ପଣ୍ଡା ଓ ଶ୍ରୀମତି ସଙ୍ଗୀତା ବେହେରା ଏବଂ ସୋସିଆଲ ଓ୍ଵାରକେର ମାନକୁଂ ନେଇ ୮ ଜଣିଆ ଟିମ୍ ଦ୍ବାରା ଏକ ଦିବସୀୟ ସ୍ପେସିଆଲ କେମ୍ପ ଫର୍ ଚିଲଡ୍ରେନ ଆଇଡେନଟିଫାଇ ଆନଡେର୍ ଅରଫାନ୍ ସର୍ବେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଶାନ୍ତି ଓ ଆନନ୍ଦର ସହିତ ଆସି ଡିଏସ୍ ପରିସର ମଧ୍ୟରେ ପରିଚାଳିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ବିଶମକଟକ ବ୍ଲକରୁ ୫୪ଟି ପରିବାର ଓ ତାଙ୍କର ୪୩ ଟି ପିଲାମାନଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ସରକାର ତରଫରୁ ଯେଉଁ ସମସ୍ତ ସୁବିଧା ସୁଯୋଗ ଅଛି, ତାହା ପ୍ରଦାନ କରାଯିବ ବୋଲି ପ୍ରକାଶ କରାଯାଉଥିଲା। ଉପସ୍ଥିତ ସମସ୍ତେ ବହୁତ ଖୁସିର ସହିତ କଥାବାର୍ତ୍ତା କରି ସରକାରକୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ।