Hot Posts

6/recent/ticker-posts

ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣିରେ ୬୯ଟି ଅଭିଯୋଗ ଗ୍ରହଣ

ଭଞ୍ଜନଗର, ୦୧/୦୬ ( ଜୟକୃଷ୍ଣ ପଟ୍ଟନାୟକ ) : ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୀର୍ତ୍ତି ଭାସନ୍ ଭି , ଗଞ୍ଜାମ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା , ଉପ ଜିଲ୍ଲାପାଳ ଉମାଶଙ୍କର ବେହେରା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ ଙ୍କ ଉପସ୍ଥିତିରେ ମୋଟ ୬୯ଟି ଅଭିଯୋଗର ଶୁଣାଣୀ କରିଥିଲେ । ୨ଟି ଅଭିଯୋଗର ସମାଧାନ ଶିବିରରେ କରାଯାଇଥିବା ବେଳେ ଅନ୍ଯ ଅଭିଯୋଗର ତ୍ବରିତ୍ ସମାଧାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ରେଡକ୍ରସ୍ ପାଣ୍ଠିରୁ ୨ଜଣ ବ୍ଯକ୍ତିଙ୍କୁ ୧୦ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ସ୍ଥାନୀୟ ଜନସାଧାରଣ ଶିକ୍ଷା, କୃଷି, ସ୍ବାସ୍ଥ୍ଯ, ଭତ୍ତା, ଖାଦ୍ଯ ସୁରକ୍ଷା, ଗୃହ ନିର୍ମାଣ, ଜିବିକା ମିଶନ୍, ରାଜସ୍ବ, ଜମିଜମା ସମ୍ବନ୍ଧୀୟ ବିଭିନ୍ନ ସମସ୍ଯା ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଶିବିରରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସହକାରୀ ଜିଲ୍ଲାପାଳ ପ୍ରଧାନ ଟୁଲିଆମା, ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର , ସ୍ଥାନୀୟ ଗୋଷ୍ଠି ଉନ୍ନୟନ ଅଧିକାରୀ , ତହସିଲଦାର ଭଞ୍ଜନଗର ଉପଖଣ୍ଡର ସମସ୍ତ ପ୍ରଶାସନ ତଥା ସରକାରୀ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।