Hot Posts

6/recent/ticker-posts

ମୋଦୀ ସରକାରଙ୍କ ୧୨ ବର୍ଷ ପୂର୍ତ୍ତି: ରାୟଗଡ଼ାରେ ଭବ୍ୟ ଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ

ରାୟଗଡ଼ା, ୧୨/୦୬ ( ଭି. ଗୌରି ଶଙ୍କର ରାଓ ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ସଫଳ ୧୨ ବର୍ଷ ପୂର୍ତ୍ତି ଅବସରରେ ରାୟଗଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ କଲନରା ବ୍ଲକର ସ୍ଥାନୀୟ ଶ୍ରୀ କ୍ଷେତ୍ର ମନ୍ଦିର ପରିସରରେ ଏକ ଭବ୍ୟ ଓ ପ୍ରେରଣାଦାୟକ ଦ୍ଵୀପ ପ୍ରଜ୍ଜଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଭାରତୀୟ ଜନତା ପାର୍ଟି ରାୟଗଡ଼ା ଜିଲ୍ଲା ଯୁବ ମୋର୍ଚ୍ଚାର ଉପସଭାପତି ପ୍ରିତମ କୁମାରଙ୍କ ନେତୃତ୍ୱରେ ଯୁବ ମୋର୍ଚ୍ଚାର କର୍ମକର୍ତ୍ତା, ମଣ୍ଡଳ ସଭାପତି ଶ୍ରୀ ସୁନୀଲ ଜିଲାକାରା, ସ୍ଥାନୀୟ ଯୁବ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଦୀପ ପ୍ରଜ୍ୱଳନ ଓ ଭାରତ ମାତାଙ୍କ ବନ୍ଦନା କରାଯାଇଥିଲା। ପରେ ମୋଦୀ ସରକାରଙ୍କ ୧୨ ବର୍ଷର ବିକାଶମୂଳକ ଯାତ୍ରା, ଦେଶର ଆର୍ଥିକ ଅଗ୍ରଗତି, ଗରିବ କଲ୍ୟାଣ ଯୋଜନା, ମହିଳା ସଶକ୍ତିକରଣ, ଯୁବକମାନଙ୍କ ପାଇଁ ରୋଜଗାର ଓ ଉଦ୍ୟମିତାର ସୁଯୋଗ, ଡିଜିଟାଲ ଭାରତ, ଆତ୍ମନିର୍ଭର ଭାରତ ଏବଂ ଭାରତର ବିଶ୍ୱସ୍ତରୀୟ ପରିଚୟ ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେଯୁବ ନେତା ପ୍ରିତମ କୁମାର୍। ଏହି ଅବସରରେ ଯୁବ ନେତା ପ୍ରିତମ କୁମାର ନିଜ ଅଭିଭାଷଣରେ କହିଥିଲେ ଯେ, “ଗତ ୧୨ ବର୍ଷ ମଧ୍ୟରେ ଭାରତ ଏକ ନୂତନ ଦିଗ ଓ ନୂତନ ପରିଚୟ ପାଇଛି। ଦେଶର ଗରିବ, କୃଷକ, ମହିଳା, ଯୁବକ ଓ ବଞ୍ଚିତ ବର୍ଗଙ୍କ କଲ୍ୟାଣ ପାଇଁ ମୋଦୀ ସରକାର ଅନେକ ଐତିହାସିକ ପଦକ୍ଷେପ ନେଇଛନ୍ତି। ଆଜି ଭାରତ ବିଶ୍ୱରେ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଯୁବଶକ୍ତି ହେଉଛି ଦେଶର ଭବିଷ୍ୟତ ଏବଂ ଦେଶ ଗଠନରେ ଯୁବ ସମାଜର ଭୂମିକା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ।” ସେ ଆହୁରି କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ କେବଳ ଆର୍ଥିକ କ୍ଷେତ୍ରରେ ନୁହେଁ, ବରଂ ବିଜ୍ଞାନ, ପ୍ରଯୁକ୍ତି, ପ୍ରତିରକ୍ଷା, ମହାକାଶ ଗବେଷଣା ଓ କୂଟନୈତିକ କ୍ଷେତ୍ରରେ ମଧ୍ୟ ଅଭୂତପୂର୍ବ ସଫଳତା ହାସଲ କରିଛି। ଦେଶର ପ୍ରତ୍ୟେକ ନାଗରିକଙ୍କ ଜୀବନମାନ ଉନ୍ନତ କରିବା ହିଁ ମୋଦୀ ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ରହିଆସିଛି। କାର୍ଯ୍ୟକ୍ରମରେ ଉପସ୍ଥିତ ଯୁବକମାନେ ମୋଦୀ ସରକାରଙ୍କ ଜନହିତକର ଯୋଜନା ଏବଂ ଦେଶର ସର୍ବାଙ୍ଗୀଣ ବିକାଶ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପକୁ ସ୍ୱାଗତ କରିଥିଲେ। ଉପସ୍ଥିତ ଜନସାଧାରଣ ମଧ୍ୟ ଦେଶର ଉନ୍ନତି ଓ ସମୃଦ୍ଧି ପାଇଁ ନିଜ ମତାମତ ପ୍ରକାଶ କରିଥିଲେ। ଶେଷରେ ଦେଶର ସୁଖ, ଶାନ୍ତି, ସମୃଦ୍ଧି ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ସମସ୍ତେ ଏକତା, ରାଷ୍ଟ୍ରଭକ୍ତି ଓ ସମାଜସେବାର ସଂକଳ୍ପ ନେଇଥିଲେ। ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ, ଉଦ୍ଦୀପନା ଓ ଦେଶପ୍ରେମର ବାର୍ତ୍ତା ପ୍ରସାର କରିଥିବା ବେଳେ ଉପସ୍ଥିତ ସମସ୍ତଙ୍କ ମନକୁ ଗଭୀର ଭାବରେ ସ୍ପର୍ଶ କରିଥିଲା।