Hot Posts

6/recent/ticker-posts

ରୋମାନୀୟ ଫେରନ୍ତା କିସ୍ ଛାତ୍ରଛାତ୍ରୀଙ୍କୁ ଆମପାଣି ଠାରେ ଆଦିବାସୀ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା।

କୋକସରା, ୧୨/୦୬ ( ରିତେଶ କୁମାର ମୁଣ୍ଡ ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଠାରେ ଆଦିବାସୀ ସଂଘ ପକ୍ଷରୁ ଭୁବେଶ୍ୱରରେ ସ୍ତିତ କିସ୍ ଶିକ୍ଷାନୁଷ୍ଠାନର ରୋମାନୀୟୋ ଫେରନ୍ତା ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଛାତ୍ରଛତ୍ରୀମାନେ ଓଡ଼ିଶାରୁ ରୋମାନିୟା ଯାତ୍ରା କରି ସେଠାରେ ଅନୁଷ୍ଟିତ ଏକ ନାଟକ ସମ୍ବିଲାନିରେ ଯୋଗ ଦେଇ ଇଂରାଜୀ ସାହିତ୍ୟର ଲେଖକ ସେକ୍ସପିୟରଙ୍କ ନନାଟକ ର କଥାବସ୍ତୁ ଉପରେ ଆଧାରିତ ରୋମିୟୋ ଜୁଲିଅଟ ଓ ଅନ୍ୟ କାହାଣୀ ରେ ଅଭନୟ କରି ଓଡିଶାକୁ ଗର୍ବ ଓ ଗୌରବ ଆଣିଥିବାରୁ ଅନେକ ସଂଘଠନ ସ୍ଥାନେ ସ୍ଥାନେ ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷରେ ଆମପାଣିରେ ଆଦିବାସୀ ସଂଘ ପକ୍ଷରୁ ବୁଢ଼ାରଜା ମନ୍ଦିରଠାରେ ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଥିବାବେଳେ ଜନସମାଗମରେ ଗାଁ ପୁରିଉଠିଥିବା ଦେଖିବାକୁ ମିଳୁଛି।