Hot Posts

6/recent/ticker-posts

ରୋମାନିଆରୁ ଫେରିଥିବା କିସ୍ ଛାତ୍ର ଛାତ୍ରୀଙ୍କୁ କିସ୍ - କଳାହାଣ୍ଡିରେ ଭବ୍ୟ ସ୍ୱାଗତ।

କଳାହାଣ୍ଡି, ୧୨/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : ରୋମାନିଆରେ ସେକ୍ସପିଆର ନାଟକ ମଞ୍ଚସ୍ଥ କରି ଇତିହାସ ରଚିଥିବା ଭୁବନେଶ୍ବର ସ୍ଥିତ କିସ୍ ବିଶ୍ୱ ବିଦ୍ୟାଳୟର ଛାତ୍ର /ଛାତ୍ରୀ ମାନଙ୍କୁ କଳାହାଣ୍ଡି ଅଧିନସ୍ଥ ଆମପାଣି ଠାରେ ସ୍ୱାଗତ କରାଯାଇ ଥିଲା ।ପରେ ବୁଢାରଜା ମନ୍ଦିର ଦର୍ଶନ କଲାପରେ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ବାଦିଲି ଠାରେ ଥିବା କିସ୍ ଆବାସିକ ବିଦ୍ୟାଳୟ ଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କିସ୍ ଉପ-କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ପଧାନ ସମେତ ଉପସ୍ଥିତ ସମସ୍ତ ଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିଥିଲେ । ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଲାଞ୍ଜିଗଡ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦୀଶାରୀ ରୋମାନିଆରୁ ଫେରନ୍ତା ଛାତ୍ର ଛାତ୍ରୀ ମାନଙ୍କ ସଫଳତା ବିଷୟରେ ଜାଣିଲା ପରେ ଅତ୍ୟନ୍ତ ଖୁସି ବ୍ୟକ୍ତି କରିଥିଲେ। ବିଶିଷ୍ଟ ଉପସ୍ଥାପକ, ଶିକ୍ଷାବିତ ତଥା ନାଟ୍ୟକାର ଡ଼.ଉମେଶ ଚନ୍ଦ୍ର ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦେଶ ମାଟି ରେ ଆଦିବାସୀ ମାନଙ୍କ ପ୍ରତିଭାକୁ ଉଚ୍ଚ ପ୍ରଶଂସା କରିଥିଲେ ଓ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୋପଦୀ ମୁର୍ମୁ ଙ୍କୁ ରାଷ୍ଟ୍ରପତି ଭବନ ନୁଆଁ ଦିଲ୍ଲୀ ରେ ସାକ୍ଷାତ କରିଥିବା ସୌଭାଗ୍ୟ ଅର୍ଜନ ଏକ ବିରଳ ଯାହା କିଟ ଓ କିସ ର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ କରିପାରିଛନ୍ତି। ବୈଠକରେ ମୁଖ୍ୟ ଅତିଥି ଭାବରେ ଲାଞ୍ଜିଗଡ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦିଶାରୀ, ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ପ୍ରକାଶ ମାଝୀ ସଭାପତି ଡିଷ୍ଟ ଆଦିବାସୀ ସଂଘ, ଶ୍ରୀଯୁକ୍ତ ପରମାନନ୍ଦ ମାଝୀ,ଉପ ସଭାପତି ଆଦିବାସି କଲ୍ୟାଣ ମହାସଂଘ,ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି,ଲଳିତ କାନୁନଗୋ, ବୈଦ୍ୟରାଜ ପବିତ୍ର ଶବର, ବିଶ୍ୱ ବସୁ ଶବର ସମାଜ, ବଞ୍ଜାରା ସମାଜ, ପ୍ରମୁଖ,କିସ୍ ଅଭିଭାବକ ଓ କିସ୍ ଶୁଭେଚ୍ଛୁ ସମସ୍ତେ ମିଶି ତିନି ଶହ ଲୋକଙ୍କ ସମାଗମ ହୋଇଥିଲା। ପ୍ରଥମେ ପ୍ରଭୂ ଜଗନ୍ନାଥ ଓ ହନୁମାନଙ୍କ ପୂଜାର୍ଚ୍ଚନା ପରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଶ୍ରୀ ଦିଶାରୀ ଶାଗୁଆନ କାଠରେ ନିର୍ମିତ ଗଣେଶ, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜଣେଇଥିଲେ। ସେହିପରି ବିଭିନ୍ନ ସମାଜ ରୁ ଆସିଥିବା ସଭାପତି ମାନେ ମଧ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଦିଶାରୀ ମୋର ଭାଇ ଭଉଣୀ ପାହାଡ଼ ଘେରା ଅଞ୍ଚଳରୁ ଯାଇ ରୋମାନିଆରେ ଆମ ସାନ୍ତାଳୀ ଭାଷାରେ ସେକ୍ସପିଆର ନାଟକ ମଞ୍ଚସ୍ଥ କରି ଇତିହାସ ରଚିବା ଏତେ ସହଜ ନୁହଁ କିନ୍ତୁ କିସ୍ କିଟ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପାଇଁ ହିଁ ଆଜି ସମ୍ଭବ ହୋଇପାରିଛି, ତେଣୁ ତାଙ୍କୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରି ଥିଲେ। କାର୍ଯ୍ୟକ୍ରମକୁ ସୁଚରୁ ଭାବାରେ ଡ. ଉମେଶ ଚନ୍ଦ୍ର ଶତପଥୀ ପରିଚାଳନ କରିଥିବା ବେଳେ କିସ୍ ର ସମସ୍ତ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ। ପରିଶେଷରେ ଉପସ୍ଥିତ ସମସ୍ତଙ୍କୁ କିସ୍ ର ଉପ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ପଧାନ ଧନ୍ୟବାଦ ଜ୍ଞାପନ କରି ସଭା ସାଙ୍ଗ କରାଯାଇଥିଲା। 




କଲାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ