ମୋଦୀ ସରକାରଙ୍କ ୧୨ ବର୍ଷ ଓ ମୋହନ ସରକାରଙ୍କ ୨ ବର୍ଷ: କଳାହାଣ୍ଡିରେ ସଫଳତାର ରିପୋର୍ଟ କାର୍ଡ ଉପସ୍ଥାପନ
କଳାହାଣ୍ଡି, ୧୨/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : କେନ୍ଦ୍ର ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜି ଙ୍କ ନେତୃତ୍ବ ରେ ସଫଳତା ର ୧୨ ବର୍ଷ ପୂର୍ତ୍ତି ଓ ଓଡ଼ିଶା ପ୍ରଦେଶ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜି ଙ୍କ ନେତୃତ୍ବ ରେ ରାଜ୍ୟ ସରକାର ଙ୍କ ସଫଳତା ର ୨ ବର୍ଷ ପୁର୍ତ୍ତି ଅବସରରେ ତା ୧୨/୦୬/୨୬ ଶୁକ୍ରବାର ଦିନ ସକାଳ ୧୧:୩୦ ଘଣ୍ଟା ସମୟରେ ସ୍ଥାନୀୟ ହୋଟେଲ ଭାଗିରଥି ଇନ୍ କନଫରେନ୍ସ ହଲ୍ ଠାରେ ସାମ୍ବାଦିକ ପ୍ରେସ ମାନଙ୍କୁ ନେଇ ସମ୍ବାଦ ଚର୍ଚ୍ଚା ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ସରକାର ଙ୍କ ସଫଳତା ଉପରେ ସୁଚିନ୍ତିତ ମତାମତ ପ୍ରଦାନ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଡ଼ , ଜଙ୍ଗଲ ଓ ପରିବେଶ ତଥା ଶ୍ରମ ବିଭାଗ ମନ୍ତ୍ରୀ ମାନ୍ୟବର ଶ୍ରୀ ଗଣେଶ ରାମ ଖୁଣ୍ଟିଆ , ଧର୍ମଗଡ଼ ବିଧାୟକ ଜିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ ଶ୍ରୀ ସୁଧିର ରଞ୍ଜନ ପଟ୍ଟଯୋଶୀ , ରାଜ୍ୟ ଉପସଭାପତି ଭବେନ୍ଦ୍ର ପଣ୍ଡା , ବରିଷ୍ଟ ଆଇନଜୀବି ଦେବେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ