Hot Posts

6/recent/ticker-posts

ବକଡ଼ା ବେଡା ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ସମ୍ମିଳନୀ

ଝରିଗାଁ, ୨୪/୦୬ (ନକୁଳ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ବକଡ଼ା ବେଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ତିନି ଦିନିଆ ଏହି ସମ୍ମିଳନୀର ଅଂଶ ସ୍ୱରୂପ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ଚଇତୁ ଭାତ୍ର ସଭାପତିତ୍ୱ କରିଥିଲେ।କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଧୋଡ୍ରା ମଣ୍ଡଳ ସଭାପତି ଭୁଜବଳ ଗୌଡ଼, ପୂର୍ବତନ ମଣ୍ଡଳ ସଭାପତି ମନୁରାମ ଭତରା, ପଞ୍ଚାୟତ ମଣ୍ଡଳ ଭାଇସ୍ ପ୍ରେସିଡେଣ୍ଟ ସୁନ୍ଦର ଦାସ, ପଞ୍ଚାୟତ ସଭାପତି ଶିବରାମ ଭତରା, ଯୁବମୋର୍ଚ୍ଚା ନେତା ନାରାୟଣ ଦାସ, ପିତାମ୍ବର ମାଝୀ, ଭୋଜମନ କଳାର, ଯୁଗସାୟ କଳାର ଓ ସହଦେବ ପନକା ଉପସ୍ଥିତ ଥିଲେ। ସେହିପରି କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧୀର ସାହୁ, ଏସିଡିସି ଜୟଦେବ ପାଣ୍ଡେ, ଯୋଗାଣ ସହାୟକ ସରୋଜ କୁମାର ସାହୁଙ୍କ ସମେତ ସମସ୍ତ ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ, ଏମ୍‌ବିକେ (MBK), ସିଆରପି (CRP), ଭିଏଡବ୍ଲୁ (VAW) ଓ ବହୁ ଜନପ୍ରତିନିଧି ଏବଂ ଗ୍ରାମବାସୀ ଯୋଗଦେଇଥିଲେ।ସମ୍ମିଳନୀରେ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟ, ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟକାରିତା, ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରୀ ସୁବିଧା ପହଞ୍ଚାଇବା, ଗ୍ରାମର ମୌଳିକ ସମସ୍ୟାର ସମାଧାନ, ପରିମଳ ବ୍ୟବସ୍ଥା, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଗ୍ରାମାଞ୍ଚଳର ସାମଗ୍ରିକ ବିକାଶ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବକ୍ତାମାନେ କହିଥିଲେ ଯେ, ସରକାରଙ୍କ ଯୋଜନାକୁ ସଫଳ କରିବା ପାଇଁ ଜନପ୍ରତିନିଧି, ସରକାରୀ କର୍ମଚାରୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ସମନ୍ୱୟ ଓ ସକ୍ରିୟ ସହଯୋଗ ଆବଶ୍ୟକ। ସମସ୍ତେ ମିଳିତ ଭାବେ କାର୍ଯ୍ୟ କଲେ ପଞ୍ଚାୟତର ସର୍ବାଙ୍ଗୀଣ ବିକାଶ ସମ୍ଭବ ବୋଲି ସେମାନେ ମତ ପ୍ରକାଶ କରିଥିଲେ।