କେସିଙ୍ଗା, ୨୪/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରର ଓ ଆଖ ପାଖ ଅଞ୍ଚଳ ର ପାରିପାର୍ଶିକ ବିକାଶ ପାଇଁ ଦୀର୍ଘ ବର୍ଷ ଧରି ସଦା ସର୍ବଦା ନିଃସ୍ଵାର୍ଥର ସହିତ ଅଞ୍ଚଳ ବିକାଶ ନିମନ୍ତେ ନିଜ ଦାୟିତ୍ୱ ତୁଲାଇ ଚାଲିଥିବା କେସିଙ୍ଗା ସିଟିଜନ ଫୋରମ୍ ପକ୍ଷରୁ ରବିବାର ଦିନ କେସିଙ୍ଗା ଜଗନ୍ନାଥ ମନ୍ଦିର ଛକ ଠାରୁ ଟିଟଲାଗଡ ରାସ୍ତା ଓ ତେଲନଦୀ ଉପରେ ହୋଇଥିବା ନୂତନ ବ୍ରିଜ ର ସୁରକ୍ଷା କୁ ନେଇ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଥିବା ମୁଖ୍ୟମନ୍ତ୍ରୀ ସଭାଗୃହରେ ଫୋରମ୍ ସଭାପତି ଡାକ୍ତର ହେମସାଗର ସାହା ଓ ଅନ୍ୟାନ୍ୟ ସଦସ୍ୟ ଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରାଯାଇ ପୋଲ ଓ ରାସ୍ତା ର ସୁରକ୍ଷା ସମର୍କରେ ଫୋରମ୍ ର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଗତ ଦୁଇ ତିନି ଦିନ ତଳେ ସହର ର ପ୍ରାୟ ସମସ୍ତ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ମାନେ ଉକ୍ତ ରାସ୍ତା ବିଷୟରେ ଖବର ପ୍ରସାରଣ କରି ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ପ୍ରଶାସନ ପକ୍ଷରୁ ଖବର ପ୍ରସାରଣ ପରେ ତରବରିଆ ଭାବରେ ଖାଲ ମାନଙ୍କୁ ମରାମତି କରାଯାଇଥିଲା । ହେଲେ ଫୋରମ୍ ପକ୍ଷରୁ ଉକ୍ତ ରାସ୍ତା ଟି କାହିଁକି ବାରମ୍ବାର ଖରାପ ହେବା ସହିତ ନୂତନ ଭାବରେ ତିଆରି ହୋଇଥିବା ପୋଲ କୁ କିପରି ସୁରକ୍ଷା ଦିଆଯିବ ସେହି ବିଷୟରେ ସଭାପତି ସାମ୍ବାଦିକ ମାନଙ୍କୁ ଅବଗତ କରାଇଥିଲେ। ସୂଚନା ଅନୁଯାୟୀ ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲା ର ମହଦା ଅଞ୍ଚଳରୁ ବାଲିଘାଟ କରି କିଛି ଠିକାଦାର ସରକାରୀ ନିୟମ ଉଲଙ୍ଘନ କରି ଅଧିକ ବାଲି ଚୋରା ଚାଲାଣ କରୁଥିବା ବେଳେ ସହ ସହ ହାଇୱା ମାଧ୍ୟମରେକେସିଙ୍ଗା ସହର ମଧ୍ୟ ଦେଇ ବାଲି ସହିତ ଅନେକ ଭାରି ଯାନ କେସିଙ୍ଗା ରୁ ଟିଟିଲାଗଡ ରାସ୍ତା ଦେଇ ଯାଇଥିବାରୁ କେସିଙ୍ଗା ତେଲ ନଦୀ ପୋଲ ର ଅବସ୍ଥା ଦିନକୁ ଦିନ ଖରାପ ହୋଇ ବସିଲାଣି । ଫୋରମ୍ ପକ୍ଷରୁ କହିବାନୁଶାରେ ସେହି ପୋଲ ଟି ଭାରି ଯାନ ଯିବା ନିମନ୍ତେ ତିଆରି କରାଯାଇନଥିବା ବେଳେ କିନ୍ତୁ ସେହି ପୋଲ ଦେଇ ଦିନକୁ ସହ ସହ ଭାରି ଯାନ ଯାତାୟାତ କରୁଛି । ବର୍ତ୍ତମାନ୍ କଳାହାଣ୍ଡି ଜିଲ୍ଲା ତୁର୍କେଲ ପୋଲ ଭଗ୍ନ ଅବସ୍ଥାରେ ପଡ଼ି ରହିଥିବା ବେଳେ ଜିଲ୍ଲା ର ସବୁତକ ଗାଡ଼ି କେସିଙ୍ଗା ଟିଟିଲାଗଡ ପୋଲ ଦେଇ ଯାତାୟାତ କରୁଥିବାରୁ ଦୁଇ ସହର ର ଗମନାଗମନ ସୁବିଧା କୁ ସିଧା ସଳଖ ଯୋଡ଼ିଥିବା ଆମ ତେଲ ନଦୀ ପୋଲ ର ମଧ୍ୟ ଭାଙ୍ଗି ଯିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କହିଛନ୍ତି । ବର୍ତ୍ତମାନ୍ କେସିଙ୍ଗା ସହର ସ୍ବାର୍ଥ ପାଇଁ ଏହି ରାସ୍ତା ଓ ଏହାର ପୋଲ କୁ ବଞ୍ଚାଇବା ସକାଶେ ଏବଂ ବଲାଙ୍ଗୀର ଜିଲ୍ଲା ଅଞ୍ଚଳର ବାଲି ଘାଟ ଯୋଗୁଁ କଳାହାଣ୍ଡି ତଥା କେସିଙ୍ଗା ବାସୀ ଅନେକ କଷ୍ଟ ଭୋଗୁଥିବା ସମସ୍ୟା କୁ ସିଟିଯନ୍ ଫୋରମ୍ ବାରଦାସ୍ତ୍ କରିବ ନାହିଁ ଏବଂ ଦରକାର ପଡ଼ିଲେ ଉକ୍ତ ସମସ୍ୟା ସମାଧାନ ନିମନ୍ତେ ଫୋରମ୍ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ମଧ୍ୟ ଅଭିଯୋଗ ପତ୍ର ପ୍ରଦାନ କରାଯିବ ବୋଲି ଫୋରମ୍ ସଭାପତି ଡାକ୍ତର ହେମସାଗର ଶାହା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
କଳାହାଣ୍ଡି ଜିଲ୍ଲା ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

