Hot Posts

6/recent/ticker-posts

ଝରିଗାଁ ବ୍ଲକରେ ‘ବିକଶିତ ଧାରା ଓଡ଼ିଶା ସାରା’ର ତୃତୀୟ ଦିନରେ କୃଷି ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ।

ଝରିଗାଁ, ୨୪/୦୬ ( ନକୁଳ ଭତରା ) : ଝରିଗାଁ ବ୍ଲକ ପରିସରରେ ‘ବିକଶିତ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମର ତୃତୀୟ ଦିନରେ କୃଷି ସମ୍ବାଦ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚାଷୀମାନଙ୍କୁ ବିଭିନ୍ନ ସରକାରୀ ଯୋଜନା, ଆଧୁନିକ କୃଷି ପ୍ରଣାଳୀ ଏବଂ କୃଷି ଉତ୍ପାଦନ ବୃଦ୍ଧି ସମ୍ପର୍କରେ ସଚେତନ କରାଯାଇଥିଲା। ଗୋପାଳନ, ମତ୍ସ୍ୟ ଚାଷ,ଛେଳି ମେଣ୍ଢା ପାଳନ, କୁକୁଡ଼ା ବତକ ପାଳନ ପରିବା ଚାଷ ଜଳ ଓ ଜମିର ସୁପରିଚାଳନା ପାଇଁ ଚାଷୀ ସଚେତନ ହେବା ଆବଶ୍ୟକ ରହିଛି। କାର୍ଯ୍ୟକ୍ରମରେ କେବିକେ ଜିଲ୍ଲାବୈଜ୍ଞାନିକ ଶଶାଙ୍କ କୁମାର ଲେଙ୍କା,ବ୍ଲକ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀ, ଝରିଗାଁ ବିଧାୟକ ନରସିଂହ ଭତରା, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ସୁବାସ ଡାଲି,କୃଷି ଅଧିକାରୀ ସୁନିତା ସିଂ,ଏ ପି ସି ନିରାକାର ବେହେରା,ଜେ ଏଫ ଟି ଏ ଉତ୍ତମ ଗଣ୍ଡ,ଏଲ ଆ ଇ ଧବଳେଶ୍ୱର ଖଟରl,ଲ୍ୟାମ୍ପସ୍ ଏମ୍‌ଡି ନରସିଂହ ଗୌଡ଼, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଜଗଦୀଶ କଲାର, ଆତ୍ମା ଚେୟାରମ୍ୟାନ ଚିତ୍ରପ୍ରସାଦ ତିୱାରୀ, କୃଷକ ନେତା ପ୍ରଫୁଲ୍ଲ ପ୍ରଧାନୀ, କୃଷି ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞମାନେ ଏବଂ ବହୁ ସଂଖ୍ୟକ ଚାଷୀ ଯୋଗଦେଇଥିଲେ। ଏହି ଅବସରରେ ଚାଷୀମାନଙ୍କ ବିଭିନ୍ନ ସମସ୍ୟା, ମାଟିର ସ୍ୱାସ୍ଥ୍ୟ, ଜଳ ସଂରକ୍ଷଣ, ଉନ୍ନତ ବିହନ ବ୍ୟବହାର, ଜୈବିକ ଚାଷ, କୀଟନାଶକର ସଠିକ୍ ପ୍ରୟୋଗ ଏବଂ କୃଷିଜାତ ଉତ୍ପାଦର ବଜାର ସଂଯୋଗ ଭଳି ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ବିଧାୟକ ନରସିଂହ ଭତରା କୃଷିର ବିକାଶ ହିଁ ଦେଶର ପ୍ରଗତି ସମ୍ଭବ ଓ ଚାଷୀ ଓ ଚାଷର ଉନ୍ନତି ପାଇଁ ଆମର ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତି ବଦ୍ଧ ରହିଥିବା ବେଳେ ଏଥିଲାଗି ଏକାଧିକ କୃଷି ସମ୍ପର୍କିତ କେନ୍ଦ୍ରୀୟ ଯୋଜନା ତଥା ରାଜ୍ୟ ସରକାର ଙ୍କ ବିଭିନ୍ନ କୃଷିର ଉନ୍ନତି ଯୋଜନାକୁ ସଫଳ ରୂପାୟନ କରିବାକୁ ପ୍ରୟାସ ଜାରି ରହିଥିବା କହିଥିଲେ। ବକ୍ତାମାନେ କହିଥିଲେ ଯେ, କୃଷକଙ୍କ ଆୟ ବୃଦ୍ଧି ଓ କୃଷିର ସ୍ଥାୟୀ ବିକାଶ ପାଇଁ ସରକାର ବିଭିନ୍ନ ଜନହିତକର ଯୋଜନା କାର୍ଯ୍ୟକରୀ କରୁଛନ୍ତି। ଏହି ଯୋଜନାଗୁଡ଼ିକର ସଠିକ୍ ସୁଯୋଗ ନେଇ କୃଷକମାନେ ଆର୍ଥିକ ଭାବେ ସଶକ୍ତ ହେବା ସହ ରାଜ୍ୟର କୃଷି କ୍ଷେତ୍ରକୁ ଆହୁରି ସମୃଦ୍ଧ କରିପାରିବେ ବୋଲି ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଚାଷୀମାନଙ୍କ ସହ ପ୍ରଶ୍ନୋତ୍ତର ପର୍ବ ଅନୁଷ୍ଠିତ ହୋଇଥିଲା। ବିଶେଷଜ୍ଞମାନେ ଚାଷୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ସେମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ। ଏହି କୃଷି ସମ୍ବାଦ କାର୍ଯ୍ୟକ୍ରମ ଚାଷୀମାନଙ୍କ ମଧ୍ୟରେ ନୂତନ ଆଶା ଓ ଉତ୍ସାହ ସୃଷ୍ଟି କରିଥିବା ଦେଖାଯାଇଥିଲା। ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଙ୍କ ଓ ସମ୍ମାନିତ ଅତିଥି ଙ୍କ ଦ୍ଵାରା ତିନିଜଣଙ୍କୁ ଛେଳି ଗୁଜାଲାଉ ତିନି ଜଣଙ୍କୁ ଫାର୍ମ ପଣ୍ଡ କାର୍ଯ୍ୟାଦେଶ ପ୍ରଦାନ କରାଗଲା।