Hot Posts

6/recent/ticker-posts

ବ୍ରାହ୍ମଣୀ ନଦୀରେ ଶିଶୁ ବୁଡ଼ି ମୃତ୍ୟୁ।

ଯାଜପୁର, ୧୨/୦୬ ( ନିରୋଜ କୁମାର ସେଠୀ ) : ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ଥାନା ଅଧୀନସ୍ଥ ଚକ ଗୋପାଳ ପୁର ( ପ୍ରଥମ ଖଣ୍ଡ) ଗ୍ରାମ ର ଚନ୍ଦ୍ର ମଣୀ ରାଉତଙ୍କ ପୁଅ ଦୀପଙ୍କର ଡାକ ନାମ_କାହ୍ନା ୧୩ ବର୍ଷ ବୋଲି ଜଣାପଡିଛି। ଖବର ନେବାରୁ ଜଣା ପଡ଼ିଲା ଦୀପକ୍ ତାଙ୍କ ଦାଦାଙ୍କ ସହିତ ନଦୀକୁ ଗାଧୋଇବାକୁ ଯାଇଥିଲେ ହଠାତ୍ ଗୋଡ଼ ଖସି ଯିବାରୁ ଗଭିର ଗଣ୍ଡରେ ବୁଡ଼ି ଯାଇ ନିଖୋଜ ହୋଇଯାଇଥିଲେ। ଖବର ପାଇଁ ରସୁଲପୁର ଓ ବରୁଆ ଦମକଳବାହିନୀ ବିଭାଗର କର୍ମଚାରୀ ମାନେ ବହୁ ଖୋଜାଖୋଜି କରିବା ପରେ ଦୀପକ ଙ୍କର ମୃତଦେହ ଉଦ୍ଧାର କରାଯାଇ ଥିଲା। କୁଆଖିଆ ଥାନା ପୋଲିସ ପକ୍ଷରୁ ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ କରିବା ନିମନ୍ତେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି ବୋଲି ଥାନା ଅଧିକାରୀ ଶୁଶାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି।