ଓଡ଼ିଶା ଡ୍ରାଇଭର ମହାସଂଘ ରାଲି କୋରାପୁଟ ।
କୋରାପୁଟ, ୧୨/୦୬ ( ବିପିନ କୁମାର ହିଆଲ ) : ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ କୋରାପୁଟ ଜିଲ୍ଲା ସଭାପତି ଶ୍ରୀ ସନ୍ତୋଷ କୁମାର ନାଗଙ୍କ ନେତୃତ୍ୱରେ ୧୪ ଗୋଟି ବ୍ଲକର ପ୍ରାୟ ୬୦୦ ଡ୍ରାଇଭର କୋରାପୁଟ ସଦର ମହକୁମା ଠାରେ ପଦ୍ମଗମନଦ୍ଵାରା ମହା ରାଲି ପ୍ରଦର୍ଶନ କରିଛନ୍ତି । ଏହି ରାଲୀର ମୂଖ୍ୟ ଉଦ୍ଦେଶ୍ଵ ଥିଲା ୧୧ ଦଫା ଦାବି ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନ, ଆରୋକ୍ଷି ନିରିକ୍ଷକ ଶ୍ରୀ ଶର୍ମା ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ସ୍ମାରକ ପତ୍ର ଭାବେ ପ୍ରଦାନ କରାଗଲା । ବୀମା, ସୁରକ୍ଷା ଓ ଅଟୋ ଡ୍ରାଇଭର ମାନଙ୍କୁ କୁଲି ଭାବରେ ଗଣତି ନକରି ସେମାନଙ୍କୁ ଡ୍ରାଇଭରର ମାନ୍ୟତା ଦିଆଯାଉ । କାରଣ ଡ୍ରାଇଭର ହେଲା ଜନ୍ମଠାରୁ ମୃତ୍ୟୁ ପର୍ୟ୍ୟନ୍ତ ସମାଜ ଓ ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ଥାଏ ବୋଲି ଡ୍ରାଇଭର ମାନେ ଯୁକ୍ତି ଉପସ୍ଥାପନା କରିଥିଲେ । ତେଣୁ , ଡ୍ରାଇଭର ମାନଙ୍କର ସମସ୍ତ ଦାବୀ ପୂର୍ଣ୍ଣ କରିବାକୁ ଅନୁରୋଧ କରିଥିଲେ । ଯଦି ଦାବୀଗୁଡ଼ିକ ପୂର୍ଣ୍ଣ ନକଲେ ଆଗାମୀ ଦିନରେ ଓଡ଼ିଶା ଡ୍ରାଇଭର ମହାସଂଘ ରାଜରାସ୍ତାରେ ଆହ୍ଲାଇ ଆନ୍ଦୋଳନ କରିବ ବୋଲି ଓଡ଼ିଶା ଡ୍ରାଇଭର ମହାସଂଘ କହିଛି । ଏବେ ଦେଖିବାର ବାକି ଅଛି ପ୍ରଶାସନ ଏହାପ୍ରତି କଣ ପଦକ୍ଷେପ ନେଉଛି ।