Hot Posts

6/recent/ticker-posts

‘ସମନ୍ୱୟ ପୋର୍ଟାଲ’ ନାଁରେ କୋଟି କୋଟି ଟଙ୍କା ଠକେଇ, ଚକ୍ରର ୩ ସଦସ୍ୟ ଗିରଫ

କଟକ, ୦୯/୦୬ ( କାଁହୁ ଚରଣ ବାରିକ ) : ଭଦ୍ରକ ଜିଲ୍ଲା ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ ଏକ ବଡ ଧରଣର ସାଇବର ଅପରାଧ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । “ସମନ୍ୱୟ ପୋର୍ଟାଲ” ମାଧ୍ୟମରେ ପ୍ରାୟ ୬ କୋଟି ଟଙ୍କା ଠକେଇ କରିଥିବା ଏକ ମାମଲାରେ ପୋଲିସ ସଂପୃକ୍ତ ଥିବା ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ, ଏନାୟତ କ୍ୱାଦ୍ରୀ (୨୪), ସାହାବାଜ କ୍ୱାଦ୍ରୀ (୨୧) ମହମ୍ମଦ ଫରହାନ ଖାନ୍ (୧୯)ଙ୍କୁ ଗିରଫ କରାଯାଇଛି।ପୋଲିସ ଅଭିଯୁକ୍ତଙ୍କ ନିକଟରୁ ନଗଦ ୨ ଲକ୍ଷ ଟଙ୍କା, ୨ଟି ସୁନା, ,୧୦ଟି ଏଟିଏମ କାର୍ଡ, ୪ଟି ପାସ୍‌ବୁକ୍, ଚେକ୍‌ବୁକ୍, ମୋବାଇଲ ଫୋନ, ସକ୍ରିୟ ଥିବା ସିମ୍ କାର୍ଡ, ପାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ,୨ଟି ଗାଡ଼ି ପଞ୍ଜୀକରଣ ପ୍ରମାଣପତ୍ର ଜବତ କରିଛି ।ମୋବାଇଲ ଫୋନଗୁଡ଼ିକର ପ୍ରାଥମିକ ଯାଞ୍ଚରୁ ବ୍ୟାଙ୍କ ଖାତା ବିବରଣୀ, ଏଟିଏମ କାର୍ଡ ସମ୍ପର୍କିତ ତଥ୍ୟ, ଇଣ୍ଟରନେଟ ବ୍ୟାଙ୍କିଂ ସୂଚନା, ମୋବାଇଲ ନମ୍ବର, ଚାଟ୍ ରେକର୍ଡ ଏବଂ ଅନ୍ୟ ବ୍ୟକ୍ତିଙ୍କ ଗୋପନୀୟ ଏବଂ ଆର୍ଥିକ ସୂଚନା ସମ୍ପର୍କରେ ପୋଲିସ ତଦନ୍ତ କରି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି ।


କଟକ ରୁ କାଁହୁ ଚରଣ ବାରିକ 

ନବଦୂତ news