ବସ୍ତା ବ୍ଲକ କଂଗ୍ରେସ ର ନୂତନ ପଦାଧିକାରୀ ଙ୍କ ସମ୍ବର୍ଦ୍ଧନା। ବସ୍ତା କଂଗ୍ରେସକୁ ମଜବୁତ ପାଇଁ ସଂକଳ୍ପ।
ବାଲେଶ୍ୱର, ୦୮/୦୬ ( ପ୍ରଭାକର ମଲ୍ଲିକ ) : ବସ୍ତା ବ୍ଲକ କଂଗ୍ରେସର ନବ ନିଯୁକ୍ତ ପଦାଧିକାରୀଙ୍କ ସମ୍ବର୍ଦ୍ଧନା ଉତ୍ସବ ଦରଡା ଠାରେ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ କଂଗ୍ରେସ ସଭାପତି ସତ୍ୟନାରାୟଣ ଗୁପ୍ତାଙ୍କ ସଭାପତିତ୍ବରେ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ସୁଧାଂଶୁ ଶେଖର ଜେନାଙ୍କ ପରିଚାଳନାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ଦଳର ସମସ୍ତ ନେତୃବୃନ୍ଦ ଉପସ୍ଥିତ ହୋଇ ନିଯୁକ୍ତ ପଦାଧିକାରୀଙ୍କୁ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ଶୁଭ ମନାସି ଥିଲେ ଏବଂ ସମସ୍ତ ନୂତନ ପଦାଧିକାରୀଙ୍କୁ ଏହା ପଦବୀ ନୁହେଁ ଦାୟିତ୍ଵ ଓ କର୍ତ୍ତବ୍ୟ ବୋଲି କହିଥିଲେ। ଅନୁଭବିଙ୍କ ସମେତ ଯୁବ ନେତା ମାନେ କମିଟିରେ ସ୍ଥାନ ପାଇ ଛନ୍ତି। ତେଣୁ ସମସ୍ତଙ୍କ କର୍ତ୍ତବ୍ୟ ଦଳକୁ ଆଗକୁ ନେବାକୁ ହେଲେ ଲୋକଙ୍କ ସହିତ ରହି ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡିବ ବୋଲି ନେତୃତ୍ବ ମାନେ କହିଥିଲେ। ଏହି ସଭାରେ ଜିଲ୍ଲା କଂଗ୍ରେସ ସଭା ପତି ସତ୍ୟଶିବ ଦାସ,ପୁର୍ବତନ ବିଧାୟକ ଦେବୀ ପ୍ରଶନ୍ନ ଚଣ୍ଡ, ପୁର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି,ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ନେତା ସୁଦର୍ଶନ ଦାସ,ବସ୍ତା ନିର୍ବାଚନ ମଣ୍ଡଳୀ ନେତା ବିଜନ ନାୟକ ପ୍ରମୁଖ ଉପସ୍ଥିତ ହୋଇ ନୁତନ ପଦାଧିକାରୀ ଙ୍କୁ ସମ୍ବୋଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ଉପସଭାପତି ମନୋଜ କୁମାର ମହାନ୍ତି,ଜିଲ୍ଲା କିଶାନ କଂଗ୍ରେସ ସଭାପତି ଜୟନ୍ତ ମହାପାତ୍ର,ମହିଳା କଂଗ୍ରେସ ନେତ୍ରୀ ଅଞ୍ଜଳି ପ୍ରଧାନ,ଅବସରପ୍ରାପ୍ତ କୃଷି ଅଧିକାରୀ ଅଭିମନ୍ୟୁ ଅଣ୍ଡିଆ,ଦରଡା ପଞ୍ଚାୟାତର କଂଗ୍ରେସ ସଭାପତି ନରହରି ଘଡେ଼ଇ ମଞ୍ଚାସିନ ଥିଲେ। ଦଳର ସମସ୍ତ ପଞ୍ଚାୟତର ସଭାପତି ନେତୃତ୍ବ ଓ କର୍ମୀ ମାନେ ମଧ୍ୟ ସାମିଲ ହୋଇଥିଲେ। ଚଉଦ ନମ୍ବର ଜୋନ ସଭାପତି ପ୍ରଭାଶ ମଣ୍ଡଳ, ପନ୍ଦର ନମ୍ବର ଜୋନ ସଭାପତି ଅରୁଣ ମଣ୍ଡଳ, ଉପସଭାପତି ରବିନ୍ଦ୍ର ଦାସ,ସାଧାରଣ ସମ୍ପାଦକ ଶମ୍ଭୁନାଥ ବିଶ୍ବାଳ, ସମ୍ପାଦକ ସେକ ଜୟିରୁଦ୍ଦିନ ପରିଚାଳନାରେ ସହଯୋଗ କରି ଥିଲେ। ଶେଷରେ ଦରଡା ପଞ୍ଚାୟତର କଂଗ୍ରେସ ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ।
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l