Hot Posts

6/recent/ticker-posts

ଅଧ୍ୟାପକ ପ୍ରେମାନନ୍ଦ ସେଠୀ ପି.ଏଚ.ଡି. ଉପାଧି ପାଇଲେ l

ବାଲେଶ୍ୱର, ୦୮/୦୬ ( ପ୍ରଭାକର ମଲ୍ଲିକ ) : ବାଲେଶ୍ୱର ଜିଲ୍ଲା ବାଲିଆପଳସ୍ଥିତ ସୁବର୍ଣ୍ଣରେଖା ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ଅଧ୍ୟାପକ ପ୍ରେମା ନନ୍ଦ ସେଠୀଙ୍କୁ ପଶ୍ଚିମବଙ୍ଗ ମେଦିନୀପୁରସ୍ଥିତ ବିଦ୍ୟାସାଗର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ପି.ଏଚ.ଡି (ଡକ୍ଟରେଟ୍) ଉପାଧି ପ୍ରଦାନ କରାଯାଇଛି।ବିଶ୍ୱବିଦ୍ୟାଳୟର ୨୩ତମ ସମାବ ର୍ତ୍ତନ ଉତ୍ସବ ଅବସରରେ ପଶ୍ଚିମବଙ୍ଗର ମାନ୍ୟବର ରାଜ୍ୟପାଳ ଏବଂ ବିଦ୍ୟାସାଗର ବିଶ୍ୱବିଦ୍ୟାଳୟର ଆଚାର୍ଯ୍ୟ ଶ୍ରୀ ଆର.ଏନ.ରବିଙ୍କ କରକମଳରୁ ସେ ଏହି ସର୍ବୋଚ୍ଚ ଶିକ୍ଷାଗତ ତଥା ସମ୍ମାନଜନକ ଡିଗ୍ରୀ ଗ୍ରହଣ କରିଛନ୍ତି।ଏହି ଭବ୍ୟ ସମାରୋହରେ ବିଶ୍ୱବିଦ୍ୟାଳ ୟର କୁଳପତି ପ୍ରଫେସର ଦୀପକ କୁମାର କର ଓ କୁଳସଚିବ ଡକ୍ଟର ଜୟନ୍ତୀ କିଶୋର ନନ୍ଦୀ ଉପସ୍ଥିତ ଥିବା ବେଳେ ସିଷ୍ଟର ନିବେଦିତା ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ଅନୁପମ ବାସୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ।ଡକ୍ଟର ସେଠୀ ବାଣିଜ୍ୟ ବିଭାଗର‘ଫାଇନାନ୍ସ’ ବିଷୟରେ ନିଜର ଗବେଷଣା ସମାପ୍ତ କରିଛନ୍ତି।ତାଙ୍କର ସନ୍ଦର୍ଭର ଶୀର୍ଷକ *"କର୍ପୋରେଟ୍ ଗଭର୍ଣ୍ଣାନ୍ସ, ଓନରସିପ କନସେଣ୍ଟ୍ରେସନ ଆଣ୍ଡ ଏଜେନ୍ସି କଷ୍ଟ ଅଫ ଇଣ୍ଡିଆନ ଲିଷ୍ଟେଡ କମ୍ପାନୀଜ"* ଥିଲା। ସେ ବିଶିଷ୍ଟ ପ୍ରଫେସର ଡକ୍ଟର ତାରକ ନାଥ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ମାର୍ଗଦର୍ଶନରେ ଏହି ଗବେଷଣା କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ କରିଥିଲେ। ଡକ୍ଟର ସେଠୀଙ୍କର ଏହି ଗୌରବମୟ ସଫଳତା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରାଧ୍ୟାପିକା ଶାନ୍ତିଲତା ଗିରି,ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ତାଙ୍କୁ ସାଧୁବାଦ ଜଣାଇବା ସହ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।ଏହି ଅବସରରେ ଡକ୍ଟର ସେଠୀ ନିଜର ସଫଳତାର ସମସ୍ତ ଶ୍ରେୟ ଜଗତର ନାଥ ଜଗନ୍ନାଥ,ନିଜର ପୂଜ୍ୟ ପିତାମାତା ଓ ଗୁରୁଜନଙ୍କୁ ଅର୍ପଣ କରିଛନ୍ତି। ତାଙ୍କର ଏହି କୃତିତ୍ୱ ପାଇଁ ସ୍ଥାନୀୟ ଅଞ୍ଚଳରେ ଏକ ଖୁସି ଓ ଗୌରବର ଲହରୀ ଖେଳିଯାଇଛି। ଡ. ସେଠୀ ଅଧ୍ୟାପନା ସହ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଭାବରେ କାର୍ଯ୍ୟରତ ଅଛନ୍ତି।ଫକୀର ମୋହନ ବିଶ୍ୱବି ଦ୍ୟାଳୟ ଜାତୀୟ ସେବା ଯୋଜନା ପରିବାର ତରଫରୁ ଡ. ସେଠୀଙ୍କୁ ମଧ୍ୟ ଶୁଭେଚ୍ଛା ଜ୍ଞାପନ କରାଯାଇଛି



ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l