Hot Posts

6/recent/ticker-posts

ଜନଗଣନା କର୍ମଚାରୀଙ୍କ ଉପରେ ଆକ୍ରମଣ, ଅଭିଯୁକ୍ତ ଯୁବକ ଗିରଫ

କଟକ, ୨୦/୦୬ ( କାହୁଁ ଚରଣ ବାରିକ ) : ଏମିତିକା ଲୋକଙ୍କ ପାଇଁ ଆଜି କଟକ ର ନାମ ଓ ଶଙ୍କରପୁର ର ବଦନାମ୍ ହେଉଛି। ଗତକାଲି ଜନ ଗଣନା କର୍ମଚାରୀ ମାନେ ଯିବା ସମୟରେ ନିଶାସକ୍ତ ଅବସ୍ଥାରେ ଗାଡ଼ିରେ ଆସି ଜଗନ୍ନାଥ ଜେନା ନାମକ ଏହି ଯୁବକ ଅତର୍କିତ ଆକ୍ରମଣ କରିଥିଲା। ଯାହା ଫଳରେ ବି ଏଲ ଓ ଆହତ ହୋଇଥିଲେ। ଏହି ଘଟଣା ସାରା ଓଡ଼ିଶାରେ ପ୍ରଚାରିତ ହୋଇଥିବା ବେଳେ କଟକ ଭଳି ଭାଇଚାରା ର ସହର ଉପରେ ଆଙ୍ଗୁଠି ଉଠିବା ଆରମ୍ଭ ହୋଇଛି।ଅବଶ୍ୟ ଏହି ଅସାମାଜିକ ଯୁବକ ଗିରଫ ହୋଇ କୋର୍ଟ ଚାଲାଣ ହୋଇ ସାରିଛି କିନ୍ତୁ ଏହିଭଳି ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ଯାହାଫଳରେ ସହର ସହ ସାହି ର ନାମ ଖରାପ ହେବ ନାହିଁ।