ରାୟଗଡ଼ା ବିକାଶରେ ଅଗ୍ରଣୀ: ମନ୍ତ୍ରୀ ବିଭୂତି ଜେନା
ରାୟଗଡ଼ା, ୧୨/୦୬ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ଜିଲ୍ଲା ଓଡ଼ିଶାର ଦ୍ରୁତ ବିକାଶଶୀଳ ଜିଲ୍ଲାମାନଙ୍କ ମଧ୍ୟରେ ନିଜସ୍ୱ ପରିଚୟ ସୃଷ୍ଟି କରିଥିବା କହିଛନ୍ତି ରାଜ୍ୟର ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଏକ ପ୍ରେସ ନୋଟ୍ରେ ସେ କହିଛନ୍ତି, ଗତ ଦୁଇ ବର୍ଷ ମଧ୍ୟରେ ଜିଲ୍ଲାରେ ୯୨ କିଲୋମିଟରରୁ ଅଧିକ ସଡ଼କର ଉନ୍ନତିକରଣ, ୯ଟି ଉଚ୍ଚସ୍ତରୀୟ ସେତୁ ଏବଂ ୨୨ଟି ସରକାରୀ ଭବନ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ୭,୫୭୬ ପରିବାରକୁ ପାଇପ ଯୋଗେ ପାନୀୟ ଜଳ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୩,୬୩୮ ଘର ପ୍ରଦାନ କରାଯାଇଛି। ମହିଳା ସଶକ୍ତିକରଣ କ୍ଷେତ୍ରରେ ୩୦ ହଜାରରୁ ଅଧିକ ‘ଲକ୍ଷପତି ଦିଦି’ ସୃଷ୍ଟି ହୋଇଛନ୍ତି। ମିଲେଟ ଚାଷରେ ଜିଲ୍ଲା ରାଜ୍ୟସ୍ତରରେ ସମ୍ମାନିତ ହୋଇଥିବାବେଳେ ଡିଏମଏଫ୍ ପାଣ୍ଠିରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବିକା କ୍ଷେତ୍ରରେ ବହୁ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ଆଗାମୀ ଦିନରେ ରାୟଗଡ଼ା ବିକାଶ ଧାରାରେ ଅଗ୍ରଣୀ ଭୂମିକା ନେବ ବୋଲି ମନ୍ତ୍ରୀ ଆଶା ପ୍ରକାଶ