Hot Posts

6/recent/ticker-posts

ଆନନ୍ଦ ଉଲ୍ଲାସ ରେ ରଜ ଉତ୍ସବ ପାଳନ

କଳାହାଣ୍ଡି, ୧୬/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : "କଳାହାଣ୍ଡି ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ଜୁନାଗଡ଼ ଏନ୍.ଏ.ସି. ଠାରେ ରଜ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳନ କରାଗଲା। ଏହି ଅବସରରେ ମହିଳାମାନେ ରଜର ପାରମ୍ପରିକତାକୁ ଉଜାଗର କରିବା ସହ ଭାଇଚାରା ଓ ସାମାଜିକ ସଦ୍ଭାବର ବାର୍ତ୍ତା ପ୍ରଦାନ କରିଥିଲେ। ମହିଳା ମୋର୍ଚ୍ଚା ସଭାପତି କାଞ୍ଚନ ବାଗ ଙ୍କ ତତ୍ୱାବାନରେ ଏହି ରଜ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ପଶ୍ଚିମ ଓଡ଼ିଶାରେ ନୂଆଖାଇ ବଡ଼ ପର୍ବ ହେଲେ ମଧ୍ୟ ବର୍ତ୍ତମାନ ସମଗ୍ର ଓଡ଼ିଶାର ପୁରପଲ୍ଲୀ ର କିଶୋରୀ ଝିଅ ମାନେ ଆନନ୍ଦ ଉଲ୍ଲାସର ସହ ରଜପର୍ବ ପାଳନ କରୁଛନ୍ତି । ଝିଅ ମାନେ ରଜପର୍ବକୁ ତିନି ଦିନ ଧରି ନିଆରା ଅତି ଆନନ୍ଦର ସହ ନୂଆଁ ବସ୍ତ୍ର ପରିଧାନ କରି , ବିଭିନ୍ନ ପ୍ରକାରର ପିଠା, ମିଠା, ଆମ୍ବ, ପଣସ, କଦଳୀ, ଜାମୁକୋଳି, କୁ ପହିଲି ରଜରେ ଭୋଗରାଗ କରି ଗ୍ରାମ ତଥା ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ଙ୍କୁ ଡାକି ପୁଷ୍ପଗୁଚ୍ଛ ଦେଇ ବନ୍ଦାପନା କରି ଉତ୍ତୋରୀୟ ସହ ସମ୍ମାନୀତ କରି ରଜପାନ ଖୁଆଇ ଏକ ନିଆରା ଢଙ୍ଗରେ ପାଳନ କରିଥାନ୍ତି। ପ୍ରଥମେ ପହିଲି ରଜରେ ରଜଦୋଳି କୁ ବନ୍ଦାପନା କରି ରଜଦୋଳି ରେ ଖେଳ ଖେଳି, ସମସ୍ତେ ମିଶି ବିଭିନ୍ନ ପ୍ରକାରର ଗୀତରେ ମସଗୁଲ ହୋଇ ଦଳଗତ ନୃତ୍ୟ ରେ ନାଚି ନାଚି ଭୋଗରାଗ ସମସ୍ତଙ୍କୁ ଦେଇ ନିଜେ ଏକାଠି ବସି ପ୍ରସାଦ ସେବନ କରିଥାନ୍ତି  




କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ